ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଲାହୋରରେ ଖେଳାଯାଉ ବେଳେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏହି ଗ୍ରାଉଣ୍ଡରେ ଏକ ମଜାଦାର ଘଟଣା ଘଟିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି।
ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ ସଙ୍ଗୀତ ପ୍ରତିଧ୍ୱନିତ ହୋଇଛି। ତେବେ ଖାସ କଥା ହେଉଛି ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯାଉଛି।
ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ସେମାନଙ୍କର ଜାତୀୟ ସଙ୍ଗୀତ ଗାନ ପାଇଁ ପଡ଼ିଆକୁ ଆସିଥିଲେ। ସେହି ସମୟରେ ଗ୍ରାଉଣ୍ଡ ମ୍ୟାନେଜମେଣ୍ଟଙ୍କ ଭୁଲ୍ ପାଇଁ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବଦଳରେ ଭାରତର ଜାତୀୟ ସଙ୍ଗୀତ ବାଜିଥିଲା। ତେବେ କିଛି ସେକେଣ୍ଡ ମଧ୍ୟରେ ଭାରତୀୟ ଜାତୀୟ ସଙ୍ଗୀତକୁ ବନ୍ଦ କରି ସେମାନେ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଜାଇଥିଲେ। ଯାହାଫଳରେ ସୋସିଆଲ ମିଡିଆରେ ପାକିସ୍ତାନର ମଜାକ ଉଡାଉଛନ୍ତି ୟୁଜର୍ସ।
Comments are closed.