Latest Odisha News

BREAKING NEWS

୨୩ ଲକ୍ଷ ଟଙ୍କାରେ ନିଲାମ ହେଲା ଏହି ଖେଳାଳିଙ୍କ ଜର୍ସି, ଜାଣନ୍ତୁ

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ଏକ ଜର୍ସି ୨୩ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।୧୯୭୧ରେ ଜେନେରିଆର ମାରାକାନା ଷ୍ଟାଡିୟମରେ ଖେଳା ଯାଇଥିବା ଯୁଗୋସଲୋଭିକିଆ ବିପକ୍ଷ ଅନ୍ତିମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଏହାକୁ ପିନ୍ଧିଥିଲେ । ଇଟାଲୀର ତୁରିନ ସହରରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା ।

୭୯ ବର୍ଷୀୟ ପେଲେଙ୍କୁ ଏବେ ମଧ୍ୟ ସର୍ବକାଳୀନ ଫୁଟବଲ ଖେଳାଳି ଭାବେ ବିବେଚନା କରାଯାଉଛି । ସେ ବ୍ରାଜିଲ ପକ୍ଷରୁ ୯୨ ମ୍ୟାଚ ଖେଳି ୭୭ ଗୋଲ ସ୍କୋର କରିଛନ୍ତି ।

ପୂର୍ବରୁ ଆର୍ଜେଣ୍ଟିନା ଡିଏଗୋ ମାରାଡୋନା ଜର୍ସି ୬ ଲକ୍ଷରେ ବିକ୍ରି ହୋଇଥଲା । ଅନ୍ୟମାନଙ୍କ ମଧ୍ୟରେ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନ ବ୍ୟାଟ ୪.୨୫ ୟୁରୋରେ ବିକ୍ରି ହୋଇଥିଲା ।

Leave A Reply

Your email address will not be published.