Latest Odisha News

BREAKING NEWS

ବାହାଘରରେ ମିଳିଲା ଏମିତି ଉପହାର; ହସିହସି ବେଦମ ହେଲେ ବରକନ୍ୟା !

ଅନୁଗୁଳ: ଖାଦ୍ୟସାମଗ୍ରୀ ମଧ୍ୟରେ ଏବେ ପିଆଜର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ଏବେ କିଛିକିଛି ସ୍ଥାନରେ ପିଆଜକୁ ଉପହାର ସ୍ୱରୂପ ପ୍ରଦାନ କରାଯାଉଥିବାର ନଜରକୁ ଆସୁଛି ।

ସେହିଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ଅନୁଗୁଳ ସହରରେ । ସହରର ଆଦିମାତା ନଗରରେ ସନ୍ତୋଷ ମହାପାତ୍ର ନାମକ ଜଣେ ଯୁବକ ଗତ ରବିବାର ଦିନ ବିବାହ ଭୋଜି ଦେଇଥିଲେ । ଆଉ ଠିକ୍ ସେହିସମୟରେ ପହଞ୍ଚିଥିଲେ ତାଙ୍କ ସାଙ୍ଗସାଥୀମାନେ । ଜ୍ୟୋତି ପ୍ରକାଶ ମିଶ୍ର, ବିଜୟ କୁମାର ପୃଷ୍ଟି ଓ ରାଜକୁମାର ଗୁପ୍ତାଙ୍କ ଭଳି ସାଙ୍ଗମାନେ ନବଦମ୍ପତ୍ତିଙ୍କୁ ଉପହାର ସ୍ୱରୂପ ପିଆଜ ଭେଟି ଦେଇଥିଲେ । ଯାହାଫଳରେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିମାନେ ଚକିତ ହେବା ସହ ହସିହସି ଏକପ୍ରକାର ବେଦମ ହୋଇପଡିଥିଲେ ।

ଅନୁଗୁଳରେ ନବଦମ୍ପତିଙ୍କୁ ସେମାନଙ୍କ ବନ୍ଧୁ ପିଆଜ ଉପହାର ଦେବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ବର୍ତ୍ତମାନ ସମୟରେ ଦେଶର କେତେକ ସ୍ଥାନରେ ପିଆଜର ଦାମ୍ ୧୦୦ରୁ ୧୫୦ ପ୍ରତି କିଗ୍ରା. ବିକ୍ରି ହେଉଛି । ତାମିଲନାଡୁର ମଦୁରାଇରେ ପିଆଜର ଦର କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନୁଗୁଳରେ ଏହାର ଦାମ୍ ୧୨୦ ଟଙ୍କା ରହିଛି ।

ଦିନକୁ ଦିନ ବଢୁଥିବା ପିଆଜର ଦର ଯୋଗୁଁ ଏହାର ଖରାପ ପ୍ରଭାବ ହାଣ୍ଡିଶାଳ, ରେସ୍ତୋରାଣ୍ଟ, ବ୍ୟବସାୟ ଓ ବିବାହ ସମାରୋହରେ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.