ନୂଆଦିଲ୍ଲୀ: ସବୁ ସ୍ତ୍ରୀଙ୍କର ଇଚ୍ଛା ଥାଏ ତାଙ୍କ ସ୍ବାମୀ ଗୋଟିଏ କୋଟିପତି ହୋଇଥାଉ । ତାଙ୍କର ସବୁ ସ୍ବପ୍ନ ପୂରଣ କରିପାରୁଥିବା ଦରକାର । ଏମିତିକି ସେ ହାତ ରଖୁ ଥିବା ଜିନିଷକୁ ବି ତାଙ୍କ ନାଁରେ କରିଦେଉଥିବ । ହେଲେ ବାସ୍ତବିକତା କିଛି ଅଲଗା ହୋଇଥାଏ । କିନ୍ତୁ ଏବେ ଆଉ ଚିନ୍ତା କରିବାକୁ ପଡିବନି, ଖାଲି କିଛି ସର୍ତ୍ତ ମାନି ନେଲେ ଆପଣ ବି ବନିପାରିବେ କୋଟିପତିଙ୍କ ପତ୍ନୀ । ଏଥିପାଇଁ ଆପଣଙ୍କୁ ଦରମା ବି ମଳିବ । ଆଉ ଏସୋ ଆରମର ଜୀବନ ସହ ରୋଷେଇରୁ ସଂପୂର୍ଣ୍ଣ ମୁକ୍ତି ।
ଏବେ ଏମିତି କିଛି ସର୍ତ୍ତ, ଯାହା ଦୁବାଇର ଜଣେ ଅରବପତି ଶେଖ୍ ତାଙ୍କ ପତ୍ନୀଙ୍କ ପାଇଁ ରଖିଛନ୍ତି । ଯଦି ଅରବପତିଙ୍କ ସ୍ତ୍ରୀ ହେବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ପଡିବ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଭରି ଭରି କମେଣ୍ଟ କରୁଛନ୍ତି ୟୁଜର୍ସ ।
ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଜଣେ ଶେଖ୍ ତାଙ୍କ ସ୍ତ୍ରୀ ପାଇଁ କିଛି ସର୍ତ୍ତ ରଖିଛନ୍ତି । ମିଲିୟନଏର ସ୍ବାମୀଙ୍କ ମିଲିୟନଏର ସର୍ତ୍ତ ଅନୁଯାୟୀ, ସ୍ତ୍ରୀଟିକୁ ସବୁବେଳେ ସାର୍ବଜନୀନ ସ୍ଥାନରେ ପୂରା ବସ୍ତ୍ରରେ ରହିବାକୁ ପଡିବ । ଏଥିରେ କିଛି ବାହାନା ଚଳିବ ନାହିଁ । ଆଉ ସ୍ତ୍ରୀଟିର ମୁଖ୍ୟ କାମ ରହିବ କେବଳ ପିଲା ଜନ୍ମ କରିବା । ଯାହା ବଦଳରେ ପ୍ରାୟ ୧୭ କୋଟିରୁ ଅଧିକ ସଂମ୍ପତ୍ତି ସ୍ତ୍ରୀକୁ ଗିପ୍ଟ ଆକାରରେ ମିଳିବ । ଯେତେ ପିଲା ଜନ୍ମ କରିବେ, ସେ ୧୭ କୋଟିର ସମ୍ପତ୍ତି ସ୍ତ୍ରୀଙ୍କ ନାଁ କରିବେ ଅରବପତି ଶେଖ୍ । ଆଉ ସ୍ତ୍ରୀ ଟିକୁ ରୋଷେଇ କରିବା ସଂପୂର୍ଣ୍ଣ ବାରଣ, ଏଥିପାଇଁ ରୋଷେୟା ଅଛନ୍ତି । ଅରବପତିଙ୍କ ବିଚାର ଅନୁସାରେ, ସ୍ତ୍ରୀଙ୍କ ହାତ କେବଳ ହୀରା ପାଇଁ ତିଆରି ହୋଇଛି, ରୋଷେଇ ପାଇଁ ନୁହେଁ ।
ଆଉ ସବୁଠୁ ରୋଚକ କଥା ହେୁଛି, ଯିଏ ବି ତାଙ୍କ ପତ୍ନୀ ହେବ, ତାଙ୍କୁ ପ୍ରତି ମାସରେ ୧୭.୫ ଲକ୍ଷ ଟଙ୍କା ଦରମା ମଧ୍ୟ ମିଳିବ । ଯାହାକୁ ସେ, ତାର ସପିଙ୍ଗ, ବୁଲିବା ଏବଂ ନିଜର ସକ୍ ପୂରଣ କରିବାରେ ଖର୍ଚ୍ଚ କରିପାରି । ଏଥିସହିତ ସ୍ତ୍ରୀକୁ କାର ଚଲାଇବା ମଧ୍ୟ ସଂପୂର୍ଣ୍ଣ ବାରଣ । ସେ କେବଳ ତା ପିଲାଙ୍କ ସହ ପଛରେ ବସି ସଫରର ମଜା ନେବ । ଆଉ ସବୁଠୁ ବଡ ସର୍ତ୍ତ ହେଉଛି, ସ୍ତ୍ରୀ ଟି ନିଜ ଇଚ୍ଛାରେ କିଛି ବି ନିଷ୍ପତ୍ତି ନେଇପାରିବେ ନାହିଁ । ସବୁ ଜରୁରୀ କାର୍ଯ୍ୟ ପାଇଁ, ତାଙ୍କୁ ଅରବପତି ସ୍ବାମୀଙ୍କ ଅନୁମତି ନେବାକୁ ପଡିବ । ଏମିତିକି ସ୍ତ୍ରୀ ସୋସିଆଲ ମିଡିଆ ବି ବ୍ୟବହାର କରିପାରିବ ନାହିଁ । ଆଉ ସ୍ତ୍ରୀ କେବଳ ବ୍ରାଣ୍ଡେଡ୍ କପଡା ଏବଂ ଗହଣା ପିନ୍ଧିବେ, କୋୗଣସି ଶସ୍ତା ଜିନିଷ ବ୍ୟବହାର ପରିପାରିବେ ନାହିଁ । କୌଣସି ମାମଲାରେ ସ୍ତ୍ରୀ ମୁଣ୍ଡ ଖେଲାଇବା ଆବଶ୍ୟକ ନାହିଁ । ତାର ଜୀବନ କେବଳ ପରିବାର ଏବଂ ପିଲାଙ୍କ ଠାରେ ହିଁ ସୀମିତ ରହିବ ।
ଶେଖଙ୍କ ଏଭଳି ସର୍ତ୍ତ ଏବେ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ସାଉଁଟିଛି । ଏହାକୁ ନେଇ ୟୁଜର୍ସ ଭଳିକି ଭଳି କମେଣ୍ଟ କରିଛନ୍ତି । କେହି କେହି ଭାଇକୁ ପୋଷା ଜୀବ ଦରକାର ବୋଲି କମେଣ୍ଟ କରିଥିବା ବେଳେ ଆଉ କେହି ଲେଖିଛନ୍ତି, ଆଠୁ ଗରିବ ସାଙ୍ଗରେ ଶୁଖିଲା ରୁଟି ଖାଇ ସ୍ବାଧୀନତା ସହ ଜୀବନ ବଞ୍ଚିବା ଭଲ ହେବ । ଆଉ କେହି କେହି, ଯେଉଁଠି ଇଜ୍ଜତ୍ ନାହିଁ ସେଠି ଟଙ୍କା କ’ଣ କରିବ ବୋଲି ପ୍ରଶ୍ନ କରିଛନ୍ତି ।
Comments are closed.