କଟକ: ମାର୍ଚ୍ଚ ୨ ତାରିଖରେ ରାଜସ୍ଥାନ ଜୟପୁରର ଏକ ରିସର୍ଟରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହେବେ।
୪୬ ବର୍ଷୀୟ ଏହି ସ୍ୱାଧୀନ ବିଧାୟକ ଜଣକ କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳର ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳ (୨୭)ଙ୍କୁ ବିବାହ କରିବେ। ସିପ୍ରା ହେଉଛନ୍ତି ଜଣେ ଟ୍ରେନି ଓଏଏସ୍ ଅଧିକାରୀ।
ସୂଚନା ଅନୁଯାୟୀ, ନିଗମାନନ୍ଦ ଆଶ୍ରମରେ ପୂଜା କରିବା ପରେ ବିଧାୟକ ବିବାହ ନିମନ୍ତେ ବନ୍ଧୁ ଏବଂ ପରିବାରବର୍ଗଙ୍କ ସହିତ ରାଜସ୍ଥାନ ଅଭିମୁଖେ ଯାଇଥିଲେ। ତେବେ ଜୟପୁରରେ ମେହେନ୍ଦି ସମାରୋହ ସମୟରେ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବିଧାୟକ ସାରଦା ପ୍ରସାଦ ପ୍ରଧାନ ୨୦୨୪ ନିର୍ବାଚନରେ ବିଜେଡିର ଅଙ୍କିତ ପ୍ରତାପ ଜେନାଙ୍କୁ ୭,୭୦୦ ଭୋଟରେ ପରାସ୍ତ କରି ମାହାଙ୍ଗା ବିଧାନସଭା ଆସନରେ ବିଜୟୀ ହୋଇଥିଲେ।
Comments are closed.