ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ କପଲ୍ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା କପୁରଙ୍କୁ ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ଦେଖାଯାଏ। ଆଲିଆଙ୍କ ଝିଅର କ୍ୟୁଟନେସ୍ ଦେଖିବାକୁ ସମସ୍ତେ ପାଗଳ। ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ଝିଅର ଏକ ଝଲକ ପାଇବା ପାଇଁ ଖୁବ୍ ଏକ୍ସାଇଟେଡ୍ ରହିଥାନ୍ତି।
ତେବେ ଅଭିନେତ୍ରୀ ଆଲିଆ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ରାହାଙ୍କ ସହ ସେୟାର କରିଥିବା ସମସ୍ତ ଫଟୋକୁ ଡିଲିଟ୍ କରିଦେଇଛନ୍ତି।
ଗୋପନୀୟତା କାରଣରୁ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ରାହା କପୁରଙ୍କ ସମସ୍ତ ଫଟୋ ହଟାଇ ଦେଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାରେ, ଅଭିନେତ୍ରୀଙ୍କ ନିଷ୍ପତ୍ତିକୁ ତାଙ୍କ ଫ୍ୟାନ୍ସ ମାନେ ସମର୍ଥନ କରିଛନ୍ତି।
ଏହି ଅଭିନେତ୍ରୀ ବର୍ତ୍ତମାନ ସଞ୍ଜୟ ଲୀଲା ବଂଶାଲିଙ୍କ ଫିଲ୍ମ “ଲଭ୍ ଆଣ୍ଡ୍ ୱାର୍”ର ସୁଟିଂ କରୁଛନ୍ତି। ଏହା ବ୍ୟତୀତ, ସେ ସ୍ପାଏ ୟୁନିଭର୍ସର ଏକ ଅଂଶ ହୋଇଯାଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କୁ ଆଲଫା ଫିଲ୍ମରେ ଦେଖିବାକୁ ମିଳିପାରେ। ଏହି ଫିଲ୍ମରେ ତାଙ୍କ ସହିତ ଶର୍ବରୀ ୱାଘ ମଧ୍ୟ ନଜର ଆସିବେ।
Comments are closed.