Latest Odisha News

BREAKING NEWS

ଏପରି ଜାଣନ୍ତୁ ଆପଣ ଘରେ ବାସ୍ତୁଦୋଷ ଅଛି କି ନାହିଁ..!

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ ନହେଲେ ବାସ୍ତୁଦୋଷ ଲାଗେ। ଘରର ପ୍ରବେଶ ଦ୍ୱାରା ଦକ୍ଷିଣ ଦିଗରେ ଥିଲେ, ଘରର ପ୍ରବେଶ ଦ୍ୱାରା ଏକ ସିଧାରେ ହୋଇଥିଲେ, ରୋଷେଇ ଘର ଦକ୍ଷିଣ-ପୂର୍ବ କୋଣରେ ନ ହେବା ପରି ଜିନିଷ ବାସ୍ତୁଦୋଷର କାରଣ ହୋଇଥାଏ ।

ଧ୍ୟାନ ରଖନ୍ତୁ ଯଦି ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି କାରଣ ନଥାଇ ସବୁବେଳେ ଝଗଡା ହେଉଥାଏ, ତେବେ ଏହା ବାସ୍ତୁଦୋଷ ଯୋଗୁଁ ହୋଇପାରେ। ସେହିପରି ଯଦି ପରିବାର ସଦସ୍ୟ ବାରମ୍ବାର ଅସୁସ୍ଥ ହେଉଥାନ୍ତି ତେବେ ଏହା ବାସ୍ତୁଦୋଷର ସଙ୍କେତ । ଏଥିସହ ଭଲ ବ୍ୟବସାୟ ଏବଂ ରୋଜଗାର ସତ୍ତ୍ୱେ ଯଦି ଆର୍ଥିକ ସ୍ଥିତି ଭଲ ରହୁନଥାଏ, ତେବେ ଏହା ବାସ୍ତୁଦୋଷର ମଧ୍ୟ କାରଣ ।

ତେବେ ବାସ୍ତୁଦୋଷ ପ୍ରତିକାର ପାଇଁ ବାସ୍ତୁ ଶାନ୍ତି ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସିଥାଏ । ସେହିପରି ବାସ୍ତୁଦୋଷ ହ୍ରାସ କରିବା ପାଇଁ ଏବଂ ସକରାତ୍ମକ ଶକ୍ତି ବଢାଇବା ପାଇଁ, ଘରେ ଗଙ୍ଗା ଜଳ ଛିଞ୍ଚିବା ଉଚିତ।

ଆହୁରିମଧ୍ୟ ଘରେ ବାସ୍ତୁ ପିରାମିଡ୍ ରଖିବା ଦ୍ୱାରା ବାସ୍ତୁଦୋଷ କମ୍ ହୋଇଥାଏ । ଆପଣ ଘରର ଉତ୍ତର-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ କୋଣରେ ଏକ ରୂପା ବାସ୍ତୁ ପିରାମିଡ୍ ରଖିପାରିବେ।

ଯଦି ଘରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗରେ ଥାଏ, ତେବେ ଆପଣ ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ। ଏଥିସହ ମୁଖ୍ୟ ଦ୍ୱାରରେ ଓମ୍ କିମ୍ବା ସ୍ୱସ୍ତିକ ଚିହ୍ନ ରଖିବା ଉଚିତ।

Comments are closed.