କୋଲକାତା: କୋଲକାତାର ଗାରିଆ ଅଞ୍ଚଳର ଜଣେ ୪୬ ବର୍ଷୀୟା ମହିଳା ହ୍ୟୁମାନ୍ କରୋନାଭାଇରସ୍ (HCoV-HKU1)ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହିଳା ଜଣକ ଗତ ୧୫ ଦିନ ଧରି ଜ୍ୱର, କାଶ ଏବଂ ଥଣ୍ଡାରେ ପୀଡିତ ଥିଲେ।
ଯାହା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ଥିବା ଜଣାପଡିଛି।
ମାନବ କରୋନାଭାଇରସ୍ (HCoV-HKU1) ହେଉଛି ବିଟା କରୋନାଭାଇରସ୍ ପରିବାରର ଏକ ସଦସ୍ୟ, ଯେଉଁଥିରେ SARS ଏବଂ MERS ଭାଇରସ୍ ସାମିଲ। ଯଦିଓ HKU1 ଜୀବାଣୁ ସାଧାରଣତ ସାମାନ୍ୟ ଶ୍ବାସକ୍ରିୟା ସଂକ୍ରମଣ ସହିତ ଜଡିତ। କିନ୍ତୁ ଏହା ବେଳେବେଳେ ନିମୋନିଆ କିମ୍ବା ବ୍ରୋଙ୍କାଇଟିସ୍ ଭଳି ଗୁରୁତର ଫୁସଫୁସ ସଂକ୍ରମଣ ସୃଷ୍ଟି କରିପାରେ।
ତେବେ କୋଲକାତାର ମହିଳାଙ୍କ ମାମଲା ଏକ ପୃଥକ ଘଟଣା। ଏହା କୌଣସି ମହାମାରୀର ଆରମ୍ଭ ନୁହେଁ। ବିଶେଷଜ୍ଞମାନଙ୍କ ଅନୁଯାୟୀ, ମାନବ କରୋନାଭାଇରସ୍ HKU1 ନୂଆ ନୁହେଁ। ଏହାର ଲକ୍ଷଣ ସାଧାରଣ ଶ୍ୱାସକ୍ରିୟା ସଂକ୍ରମଣ ସହିତ ସମାନ ହୋଇଥାଏ। ତେଣୁ ଏହାର ପରୀକ୍ଷା କମ୍ କରାଯାଇଥାଏ।
Comments are closed.