Latest Odisha News

BREAKING NEWS

ରୋହିତ, ଦୀନେଶଙ୍କ ରେକର୍ଡ ଭାଙ୍ଗିଲେ ମ୍ୟାକ୍ସୱେଲ

ମୁମ୍ବାଇ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ସେ ସର୍ବାଧିକ ଥର ୧୯ ଥର ଶୂନରେ ଆଉଟ ହୋଇ ଭାରତର ରୋହିତ ଶର୍ମା ଓ ଦୀନେଶ କାର୍ତିକଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହି. ଦୀନେଶ ୧୮ଥର ଶୂନରେ ଆଉଟ ହୋଇଛନ୍ତି । ପୀୟୂଷ ଚାୱଲା ଓ ସୁନୀଲ ନାରିନ ୧୬ ଥର ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏଥର ମେଗା ନିଲାମରେ ପଞ୍ଜାବ କିଙ୍ଗସ ୪.୨୦ କୋଟିରେ ମ୍ୟାକ୍ସୱେଲଙ୍କୁ ଦଳରେ ନେଇଥିଲା । ଗୁଜରାଟ ଟାଇଟାନ୍ସ ବିପକ୍ଷ ମୁକାବିଲାରେ ମ୍ୟାକ୍ସୱେଲ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ।

ତାଙ୍କୁ ଦାଇ କିଶୋର ପ୍ରଥମ ବଲରେ ଆଉଟ କରିଥିଲେ । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୪୪ ରନ କରିଥିଲା । ଜବାବରେ ଗୁଜରାଟ କଡା ସଂଘର୍ଷ କରିବା ସତ୍ୱେ ୨୩୨ ରନ କରିବାକୁ ସକ୍ଷମ ହୋଇଥିଲା । ସାଇ ସୁଦର୍ଶନ ୭୪ ରନର ଇନିଂସ ଖେଳିଥିଲେ ।

Comments are closed.