Latest Odisha News

BREAKING NEWS

ଶୀଘ୍ର ବଜାରକୁ ଆସିବ Oppo Find X8S; ଜାଣନ୍ତୁ ଫିଚର..

ନୂଆଦିଲ୍ଲୀ: ୨୦୨୫ ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଅନେକ ଟେକ୍ ଜଏଣ୍ଟ ପ୍ରଥମ ତିନି ମାସରେ ଏକରୁ ଅଧିକ ସ୍ମାର୍ଟଫୋନ୍ ଲଞ୍ଚ କରିଥିବାବେଳେ ଅନେକ ଫୋନ୍ ବଜାରକୁ ଆସିବାକୁ ପ୍ରସ୍ତୁତ ଅଛି। ଏହି ସମୟରେ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ ମଧ୍ୟ ଭାରତରେ ଏକ ନୂଆ ଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ । କମ୍ପାନୀ ଖୁବ ଶୀଘ୍ର ଭାରତୀୟ ବଜାରରେ Oppo Find X8s ଲଞ୍ଚ କରିବାକୁ ଯାଉଛି । ଆଶା କରାଯାଉଛି ଓପୋ ଏପ୍ରିଲରେ ଭାରତୀୟ ବଜାରରେ Oppo Find X8 ଅଲଟ୍ରା ଲଞ୍ଚ କରିବ ।

Oppo ଭାରତୀୟ ବଜାରରେ Oppo Find X8 Ultra ଏବଂ Find X8s+ ସହିତ Oppo Find X8s ଲଞ୍ଚ କରିବ ।

ଯଦି ଆପଣ ମିଡ୍ ରେଞ୍ଜ୍ ଫ୍ଲାଗସିପ୍ ସେଗମେଣ୍ଟରେ ଏକ ନୂଆ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଓପୋର ଆଗାମୀ ଫୋନ୍ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହେବ ।

Oppo ର ଅପକମିଙ୍ଗ Oppo Find X8s କୁ ୬.୩ ଇଞ୍ଚ ଡିସପେ୍ଲ ସହିତ ଲଞ୍ଚ କରିପାରେ । ଏଥି ସହିତ ଏହା ଡିସପେ୍ଲରେ ଥିବା ବେଜଲ୍ସଗୁଡିକ ବହୁତ ପତଳା ହେବାକୁ ଯାଉଛି, ଯାହା ଦ୍ୱାରା ଆପଣ ଭିଡିଓ ଷ୍ଟ୍ରିମିଂରେ ଭଲ ଏକ୍ସପେରିଏନ୍ସ ମିଳିବ । ଡିସପ୍ଲେରେ ପାଞ୍ଚଟି ହୋଲ୍‌ ଡିଜାଇନ୍‌ ରହିବ ଯେଉଁଥିରେ ଫ୍ରଣ୍ଟ କ୍ୟାମେରା ଦିଆଯିବ । Weibo ରେ ସେୟାର ହୋଇଥିବା ଟିଜରରେ ଅନୁସାରେ, ରାଇଟ୍ ସାଇଡ୍‌ ରେ ଭଲ୍ୟୁମ୍‌ ବଟନ୍‌ ସହ ଏକ ପାଓ୍ୱାର ବଟନ୍‌ ମଧ୍ୟ ରହିବ । ଲିକ୍‌ ଅନୁସାରେ, ଏହି ସ୍ମାର୍ଟଫୋନରେ ଏକ ନୂଆ ବଟନ୍‌ ମଧ୍ୟ ମିଳିପାରେ ଯାହା ଆପଲର ଆକ୍ସନ ବଟନ୍‌ ପରି କାମ କରିବ ।

କମ୍ପାନୀ ଏଥିରେ ପରଫରମାନ୍ସ ପାଇଁ ମିଡିଆଟେକ୍‌ ଡାଇମେନସିଟି ୯୪୦୦+ (MediaTek Dimensity 9400+) ଚିପସେଟ୍‌ ଦେବ । ଏଥିସହ ଏହି ଅପକମିଙ୍ଗ ଫୋନରେ କମ୍ପାନୀ ୫୦MPର ପ୍ରାଇମେରୀ କ୍ୟାମେରା ସେଟଅପ୍‌ ସହିତ ଆସିବ । ସ୍ମାର୍ଟଫୋନକୁ ପାଓ୍ୱାର ଦେବା ପାଇଁ ୫୭୦୦mAhର ବ୍ୟାଟେରୀ ମିଳିବ ଓ ୮୦W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।

ଲିକ୍‌ ଅନୁଯାୟୀ, ଏହି ସ୍ମାର୍ଟଫୋନ୍‌ ବଜାରରେ IP69 ରେଟିଙ୍ଗ ସହିତ ଆସିବ । ଏହା ପୂର୍ବରୁ କମ୍ପାନୀ ୨୦୨୪ ରେ ବଜାରରେ Oppo Find X8କୁ ଲଞ୍ଚ କରିଥିଲା । ଏଥିରେ କମ୍ପାନୀ ୩୨ ମେଗାପିକ୍ସେଲର ସେଲଫି କ୍ୟାମେରା ସହ ରିୟରରେ ୫୦ ମେଗାପିକ୍ସେଲର ଟ୍ରିପଲ କ୍ୟାମେରା ଦିଆଯାଇଛି ।

 

Comments are closed.