ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଭାରତୀୟ ୱିକେଟକିପର ଓ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି । ରାହୁଲଙ୍କ ପତ୍ନୀ ଆଥିୟା ଶେଟ୍ଟୀ ମାର୍ଚ୍ଚ ୨୪ରେ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏହି କାରଣ ଯୋଗୁ ରାହୁଲ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ଖେଳି ନ ଥିଲେ । ତାଙ୍କ ଅନୁପସ୍ଥିତି ସତ୍ୱେ ଅକ୍ଷର ପଟେଲଙ୍କ ନେତୃତ୍ୱରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି । ଏବେ ରିପୋର୍ଟ ମୁତାବକ ରାହୁଲ ଦଳ ସହିତ ଯୋଗ ଦେଇଛନ୍ତି । ଦିଲ୍ଲୀ ଫ୍ରାଂଚାଇଜ ପକ୍ଷରୁ ରାହୁଲଙ୍କୁ ସ୍ୱାଗତ କରାଯାଇଛି । ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି ।
ଗତ ବର୍ଷ ମେଗା ନିଲାମରେ ଦିଲ୍ଲୀ ତାଙ୍କୁ ୧୪ କୋଟି ଟଙ୍କାରେ ଦଳରେ ନେଇଛି । ରାହୁଲ ୧୩୨ ଆଇପିଏଲ ମ୍ୟାଚରେ ୪୫.୪୭ ଆଭରେଜରେ ୪୬୮୩ ରନ ସଂଗ୍ରହ କରିଛନ୍ତି । ୨୦୧୩ରେ ସେ ପଦାର୍ପଣ କରିବା ପରଠାରୁ ଏ ପର୍ଯ୍ୟନ୍ତ ୪ ଶତକ ଓ ୩୭ ଅର୍ଦ୍ଧଶତକ ମାରି ସାରିଛନ୍ତି । ଆଶୁତୋଷ ଶର୍ମାଙ୍କ ୩୧ ବଲରେ ୬୬ ରନ ସହାୟତାରେ ଦିଲ୍ଲୀ ରୋମାଂଚକ ମୁକାବିଲାରେ ଲକ୍ଷ୍ନୌକୁ ୧ ୱିକେଟରେ ପରାସ୍ତ କରିଥିଲା ।
Comments are closed.