Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଶୁକ୍ରବାର ଦିନ ଓଲ୍ଡ ଟାଉନ୍ ନିକଟସ୍ଥ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଏହି ସ୍କ୍ୱାଡ୍ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ଥିବା ତାରିଣୀ ଓ ମହାଦେବ ମନ୍ଦିରକୁ ଉଚ୍ଛେଦ କରିଛନ୍ତି । ଗତକାଲି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହି ୨ ମନ୍ଦିରର ଉଚ୍ଛେଦ ପ୍ରକ୍ରିୟାକୁ ଆଗକୁ ବଢିପାରିନଥିଲା ।

ଏହାବ୍ୟତିତ ପୋଲିସ ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମନ୍ଦିର ସୁରକ୍ଷା କ୍ଷେତ୍ର ମଧ୍ୟରେ ଥିବା କିଛି ଘରୋଇ ଘରଗୁଡିକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଉକ୍ତ ଘର ମାଲିକମାନେ ଗତ ୩୦ ବର୍ଷ ଧରି ସରକାରୀ ଜମିରେ କବଜା କରି ରହୁଥିବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ମନ୍ଦିର ପରିସରରେ ଥିବା ମାର୍କେଟରୁ କିଛି ଅସ୍ଥାୟୀ ଦୋକାନ ଗୁଡିକୁ ମଧ୍ୟ ଉଚ୍ଛେଧ କରାଯାଇଥିବା ନେଇ ବିଏମସି ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.