Latest Odisha News

BREAKING NEWS

ଜନ୍ମଦିନ ଅବସରରେ ଜାଣନ୍ତୁ, ହିଟମ୍ୟାନ୍ ରୋହିତଙ୍କ ପ୍ରେମ କାହାଣୀ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଉପ-ଅଧିନାୟକ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ପ୍ରେମ କାହାଣୀ ମଧ୍ୟ କୌଣସି ଫିଲ୍ମ ଷ୍ଟୋରୀଠାରୁ କମ୍ ନୁହେଁ ।

ହିଟମ୍ୟାନ ରୋହିତଙ୍କ ଜନ୍ମ ଦିନ(ଡିସେମ୍ବର ୧୩)ରେ ଆସନ୍ତୁ ଜାଣିବା ତାଙ୍କ ଲଭ ଷ୍ଟୋରୀ ।

ରୋହିତ ଓ ତାଙ୍କ ପତ୍ନୀ ଋତିକା ସଜଦେବାଙ୍କ ଏହା ୪ର୍ଥ ଆନିଭର୍ସରୀ । ୧୩ ଡିସେମ୍ବର ୨୦୧୫ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଋତିକା ଏକ ସ୍ପୋର୍ଟ୍ସ ଓ ଇଭେଂଟ ମ୍ୟାନେଜମେଂଟର ମ୍ୟାନେଜର ଥିବା ବେଳେ ରୋହିତଙ୍କ ସହ ଭେଟ ହୋଇଥିଲେ । ଦୀର୍ଘ ୬ ବର୍ଷ ଡେଟିଂ କରିବା ପରେ ଉଭୟ ବିବାହ କରିଥିଲେ ।

ଯୁବରାଜ ସିଂ ଉଭୟଙ୍କୁ ଭେଟ କରାଇଥିଲେ । ଋତିକାଙ୍କୁ ପ୍ରଥମ ଦେଖାରେ ଭାରତର ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଭଲ ପାଇ ବସିଥିଲେ । ଏହି ପ୍ରେମ କାହାଣୀ ପଛରେ ଯୁବିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ରୋହିତ ଯେଉଁଠାରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସେହି ଷ୍ଟାଡିୟମରେ ଋତିକାଙ୍କୁ ପ୍ରପୋଜ କରିଥିଲେ ।

ସୂଚନାଯୋଗ୍ୟ, ସୋହେଲ ଖାଁଙ୍କ ପତ୍ନୀ ସୀମା ସଚଦେବାଙ୍କ ଭଉଣୀ ଋତିକା ଅଟନ୍ତି । ସୋସିଆଲ ନେଟୱର୍କିଂ ସାଇଟରେ ଋତିକାଙ୍କ ଅନେକ ପ୍ରଶଂସକ ଅଛନ୍ତି । ଏଥିରେ ସେ ରୋହିତଙ୍କୁ କଡା ଟକ୍କର ଦେଉଛନ୍ତି ।

ଭାରତର ପ୍ରମୁଖ ଲୋକପ୍ରିୟ ଯୋଡିଙ୍କ ମଧ୍ୟରେ ଏହି ଦୁଇଜଣଙ୍କୁ ମଧ୍ୟ ଗଣତି କରାଯାଏ ।

Leave A Reply

Your email address will not be published.