Latest Odisha News

BREAKING NEWS

ସୁଧୀର ଚୌଧୁରୀ ପରେ ରାହୁଲ ଏବେ ଛାଡ଼ିବେ ଇଣ଼୍ଡିଆ ଟୁଡ଼େ ଗ୍ରୁପ!

ନୂଆଦିଲ୍ଲୀ: ଗଣମାଧ୍ୟମ ଜଗତରେ ଏକ ବଡ଼ ଚର୍ଚ୍ଚା ଚାଲିଛି ଯେ ବରିଷ୍ଠ ସାମ୍ବାଦିକ ରାହୁଲ କଂୱାଲ NDTVରେ ଗ୍ରୁପ୍‌ ସିଇଓ ଓ ଏଡିଟର-ଇନ୍‌-ଚିଫ୍‌ ଭାବେ ଯୋଗ ଦେଇପାରନ୍ତି। ସେ ଗତ ୨୨ ବର୍ଷ ଧରି ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ କାମ କରୁଛନ୍ତି। ଏବେ ସେ ଏହି ଗ୍ରୁପ୍‌ ଛାଡ଼ିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ ସେ ‘ଆଜ୍‌ ତକ୍‌’ ଓ ‘ଇଣ୍ଡିଆ ଟୁଡେ’ର ନ୍ୟୁଜ୍‌ ଡାଇରେକ୍ଟର ଏବଂ ‘ବିଜ୍‌ନେସ୍‌ ଟୁଡେ’ର ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ଦାୟିତ୍ୱରେ ଅଛନ୍ତି।

ରାହୁଲ କଂୱାଲ ‘ଆଜ୍‌ ତକ୍‌’ରେ ‘ନ୍ୟୁଜ୍‌ଟ୍ରାକ୍‌’ ଓ ‘ଇଣ୍ଡିଆ ଟୁଡେ’ରେ ‘ଜବ୍‌ ୱି ମେଟ୍‌’ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରନ୍ତି। ତାଙ୍କର NDTVରେ ଯୋଗଦେବା ଖବର ଏକ ଇଂରାଜୀ ୱେବସାଇଟ୍‌ରେ ପ୍ରକାଶ ପାଇଥିଲା, କିନ୍ତୁ ପରେ ତାହା ହଟାଇ ଦିଆଯାଇଥିଲା। ଏହି ଚର୍ଚ୍ଚା ସତ କି ନାହିଁ ଜାଣିବା ପାଇଁ ରାହୁଲଙ୍କୁ ସମ୍ପର୍କ କରାଯାଇଥିଲା, କିନ୍ତୁ ସେ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଗଣମାଧ୍ୟମ ଜଗତରେ ରାହୁଲଙ୍କ ଏହି ସମ୍ଭାବ୍ୟ ପଦକ୍ଷେପ ଏକ ବଡ଼ ଖବର ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତାଙ୍କର ୨୨ ବର୍ଷର ଇଣ୍ଡିଆ ଟୁଡେ ଯାତ୍ରା ଏବେ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସେହିପରି ହିନ୍ଦୀ ଟିଭି ସାମ୍ବାଦିକତାରେ ସୁଧୀର ଚୌଧୁରୀ ମଧ୍ୟ ଏବେ ଆଜ ତକ ଛାଡି ଦୂରଦର୍ଶନ ସହ ଯୋଡ଼ି ହେବେ ବୋଲି ଜୋରଧରିଛି ଚର୍ଚ୍ଚା ।କହିରଖୁଛୁ NDTV ଏବେ ଶିଳ୍ପପତି ଗୌତମ ଆଦାନୀଙ୍କ ଦ୍ୱାରା ପରିଚାଳିତ ।

Comments are closed.