ମାଲକାନଗିରି: ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା।

ଖବରମୁତାବାକ, ଆଜି ଚିତ୍ରକୋଣ୍ଡା ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଏକ ୱାଗନଆର କାରରେ ଭୁବନେଶ୍ୱର ଯାଉଥିବା ସମୟରେ ଅଟକାଇଥିଲା ଓଡ଼ିଶା ଭିଜିଲାନ୍ସ । ଅଟକାଇବା ସମୟରେ, ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା। ଯାହା ଠିକାଦାରଙ୍କଠାରୁ ସଂଗୃହୀତ ଲାଞ୍ଚ ଟଙ୍କା ବୋଲି ସନ୍ଦେହ କରାଯାଉଛି। ପବିତ୍ର ମୋହନ ପାଣିଗ୍ରାହୀ ୫.୦୭ ଲକ୍ଷ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଏହାକୁ ଜବତ କରାଯିବା ସହିତ ତଦନ୍ତ ଆରମ୍ଭ କରାଯାଉଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କର ଦୁଇଟି ସ୍ଥାନରେ ଚଢାଉ କରିଛି । ଯାଞ୍ଚ ସହ ସହକାରୀ ଯନ୍ତ୍ରୀ ପବିତ୍ରଙ୍କୁ ପଚରାଉଚରା କରୁଛି ।
Comments are closed.