Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୯: “ହେ ଶୁକଦେବ ଆମକୁ କଥାମୃତ ଦିଅ, ଆମେ ତୁମକୁ ଅମୃତ ଦେବୁ”

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଏପରି ରସାଳ ଓ ଭକ୍ତି ରସ ଯୁକ୍ତ ଯେ ଭାଗବତର ମହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ କୁହାଯାଇଛି- “କ୍ଵ ସୁଧା କ୍ଵ କଥା ଲୋକେ, କ୍ଵ କାଚ କ୍ଵ ମଣିମହାନ”, ଯଦି ସମସ୍ତଙ୍କୁ ଅମରତ୍ୱ ପ୍ରଦାନ କରୁଥିବା ଅମୃତ କାଚ ସଦୃଶ୍ୟ ହୁଏ ତେବେ ଶ୍ରୀମଦ ଭାଗବତ ହେଉଛି ମଣି ସଦୃଶ୍ୟ। କାରଣ ଅମୃତ ପାନ କଲେ କେବଳ ଅମରତ୍ୱ ପ୍ରାପ୍ତ ହୁଏ।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-8-srimad-bhagavatam-originated-from-the-teachings-of-sawaang-narayana/

ସାଧାରଣ ପ୍ରାଣୀ ଟିଏ ସ୍ୱର୍ଗଲୋକ ଲାଭ କରେ, କିନ୍ତୁ ତାର ଅର୍ଜିତ ପୁଣ୍ୟ ସରିଗଲେ ସେ ପୁଣି ମର୍ତ୍ୟକୁ ଫେରିଆସେ। ଅବଶ୍ୟ ଦେବତା ମାନଙ୍କର ଏଭଳି ସ୍ଥିତି ହୁଏ ନାହିଁ। ଏହାର ଅର୍ଥ ଏଇଆ ଯେ ଦେବତା ମାନେ ହିଁ ଅମୃତ ପାନ କରିବା ଯୋଗ୍ୟ ଅଟନ୍ତି। କିନ୍ତୁ ଶ୍ରୀମଦ ଭାଗବତର କଥାମୃତ ପାନ କରିବା ପାଇଁ କୌଣସି ବନ୍ଧନ ନଥାଏ କି ଧନୀ, କି ଗରିବ, କି ଜ୍ଞାନୀ କି ଅଜ୍ଞାନୀ ସେ ପୁରୁଷ ହେଉ ବା ସ୍ତ୍ରୀ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଶ୍ରୀଭାଗବତ ଶୁଣିବାର ଅଧିକାର ଥାଏ। ଏହାକୁ ପରୋକ୍ଷରେ ଶ୍ରୀମଦ ଭାଗବତ କଥାମୃତ ଅବା କଥା ରୂପକ ଅମୃତ ବୋଲି ଅଭିହିତ କାରାଯାଏ।

ସେଥିପାଇଁ ଦେବତା ମାନେ ମହାମୁନି ଶୁକଦେବଙ୍କୁ ପାର୍ଥନା କରି କହିଥିଲେ “କଥାଂ ସୁଧାଂ ପ୍ରଯଛସ୍ୱ ଗୃହୀତ୍ୱେିବ ସୁଧାମିମାମ”। ଅର୍ଥାତ ହେ ଶୁକଦେବ ଆମକୁ କଥାମୃତ ଦିଅ, ଆମେ ତୁମକୁ ଅମୃତ ଦେବୁ। କିନ୍ତୁ ଶୁକଦେବ କହିଥିଲେ ସେ ଅମୃତ ମୋର କଣ ହେବ ମୋର ପୁଣ୍ୟ ବଳରେ ମୁଁ ସ୍ୱର୍ଗ ଲୋକ ପ୍ରାପ୍ତ ହେବି ଆଉ ପୁଣ୍ୟ ପ୍ରାପ୍ତ ହେବ। ଶ୍ରୀମଦ ଭାଗବତ କଥାମୃତ ପାନ କଲେ ଏଥିରେ ମଧ୍ୟ “କ୍ଷୀଣେ ପୁଣ୍ୟେ ମର୍ତ୍ୟ ଲୋକଂ ବିଶନ୍ତି” ଅର୍ଥାତ ପୁଣ୍ୟ ସରିଗଲେ ପୁଣି ମାୟା ମୋହରେ ବାନ୍ଧି ହେବାକୁ ଦେବତା ମଧ୍ୟ ମର୍ତ୍ୟ ଲୋକକୁ ଫେରିଥାନ୍ତି। ତେଣୁ ଯଥାର୍ଥରେ ଅମୃତଙ୍କୁ କାଚ ଓ ଶ୍ରୀମଦ ଭାଗବତଙ୍କୁ ମଣି ସହ ତୁଳନା ହୋଇଛି। ଆସନ୍ତୁ ସେ ମଣିକୁ ଖୋଜିବା..
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.