ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଭିନ୍ନ ମହଲରେ ଏ ନେଇ ମହେନ୍ଦ୍ର ସିଂ ଧୋନୀ ଏବଂ ଚେନ୍ନାଇ ମ୍ୟାନେଜମେଂଟକୁ ସମାଲୋଚନା କରାଯାଉଛି । ଚେନ୍ନାଇର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ମଧ୍ୟ ଦଳର ପ୍ରଦର୍ଶନକୁ କଡା ସମାଲୋଚନା କରିଛନ୍ତି । ଦଳ ନିକଟରେ ଜିତିବାର ଭୋକ ନାହିଁ । ସିଏସକେ ଯେଉଁ ବ୍ରାଣ୍ଡ ପାଇଁ ଲୋକପ୍ରିୟତା ହାସଲ କରିଥିବା ଏବେ ତାହା ଆଉ ଦେଖିବାକୁ ମିଳୁ ନାହିଁ । ମେଗା ନିଲାମରେ ରିଷଭ ପନ୍ତ, କେଏଲ ରାହୁଲଙ୍କଠାରୁ ଆରମ୍ଭ କରି ଅନେକ ଭଲ ଖେଳାଳି ଉପଲବ୍ଧ ଥିଲେ । ଚେନ୍ନାଇ ମ୍ୟାନେଜମେଂଟ ରାହୁଲ ତ୍ରିପାଠୀ, ଦୀପକ ହୁଡ୍ଡା, ବିଜୟ ଶଙ୍କର ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଦଳରେ ନେଲା । ସ୍ଥାନୀୟ ଖେଳାଳିଙ୍କୁ ଦଳରେ ନେବା ଜରୁରୀ ଥିଲା ।
ତାମିଲନାଡୁ ପ୍ରିମିୟର ଲିଗରେ ସାଇ ସୁଦର୍ଶନ, ସାଇ କିଶୋର ଓ ଶାହାରୁଖ ଖାଁ ଭଲ ପ୍ରଦର୍ଶନ କରିଥିଲେ । ଏମାନେ ଏବେ ଗୁଜରାଟ ପକ୍ଷରୁ ଭଲ ପ୍ରଦର୍ଶନ କରୁଛନ୍ତି । ଯେତେବେଳେ ଆମେ ବିଜୟ ହାସଲ କରୁଥିଲୁ ସେତେବେଳେ ଆମ ନିକଟରେ ମୂରଲୀ ବିଜୟ, ଲକ୍ଷ୍ମିପତୀ ବାଲାଜୀ, ବଦ୍ରିନାଥ, ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଖେଳାଳି ରହିଥିଲେ । ଚେନ୍ନାଇ ଟିମ ଭଲ ଅର୍ଥ ଖର୍ଚ୍ଚ କରିଛି ମାତ୍ର ତାହା କାମରେ ଲାଗୁନି ବୋଲି ରାଇନା କହିଛନ୍ତି । ଏବେ ଚେନ୍ନାଇକୁ ପ୍ଲେ ଅଫରେ ପ୍ରବେଶ ପାଇଁ ପ୍ରଥମେ ବାକି ୬ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ ।
Comments are closed.