Latest Odisha News

BREAKING NEWS

ହତ୍ୟା ଅପରାଧୀକୁ କୋର୍ଟରୁମରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ

ଅଦାଲତ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ଅପରାଧୀକୁ କିଛି ଅଜଣା ଦୁର୍ବୃତ୍ତଗୁଳିକରି ହତ୍ୟା କରିଛନ୍ତି । ଏହି ଅଭାବନୀୟ ଘଟଣାଟି ସମଗ୍ର ଉତ୍ତରପ୍ରଦେଶ ବିଜନୌରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏଏନଆଇ ଗଣମାଧ୍ୟମ ସୂଚନାନୁଯାୟୀ, ଏକ ଡ଼ବଲ ମର୍ଡ଼ର୍ ଅପରାଧରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ରୁମ ମଧ୍ୟକୁ ଅଣାଯାଉଥିବା ବେଳେ ବିଚାରପତିଙ୍କ ସାମ୍ନାରେ ତାଙ୍କୁ ଗୁଳି କରାଯାଇଛି । ସେଠାରେ ପୂର୍ବରୁ ୪ଜଣ ଅଜଣା ଦୁର୍ବୃତ୍ତ ସେଠାରେ ଜଗି ରହିଥିଲେ । ଏହି ହତ୍ୟା ଅଭିଯୁକ୍ତ ଅପରାଧିକୁ ପୋଲିସ କୋର୍ଟରୁମ ମଧ୍ୟକୁ ଆଣିବା ବେଳେ ଅଜଣା ବ୍ୟକ୍ତିମାନେ ଦୁଇଜଣ ହତ୍ୟା ଅପରାଧୀମାନଙ୍କୁ ଗୁଳି ଚାଳନା କରିଥିଲେ ।

ଏହି ଗୁଳିଚାଳନା ଫଳରେ ଶାହାନୱାଜ ଆନସାରୀ ନାମକ ଜଣେ ହତ୍ୟା ଅପରାଧୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

Leave A Reply

Your email address will not be published.