ଚେପକ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୪୦୦ ଟି୨୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଧୋନୀ ୪୦୦ ମ୍ୟାଚ କ୍ଲବରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ଦୀନେଶ କାର୍ତିକ ଓ ବିରାଟ କୋହଲି କ୍ରିକେଟର ଏହି ଛୋଟ ଫର୍ମାଟରେ ୪୦୦ ମ୍ୟାଚ ଖେଳି ସାରିଛନ୍ତି । ରୋହିତ ୪୫୬ ମ୍ୟାଚ ଖେଳି ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ।
କାର୍ତିକ ୪୧୨ ଓ କୋହଲି ୪୦୭ ମ୍ୟାଚ ଖେଳିଛନ୍ତି । ଚଳିତ ଆଇପିଏଲର ୪୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଏହି ମ୍ୟାଚରେ ପରାଜିତ ହେବା ଦଳ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡିବେ । ଉଭୟ ଟିମ ୮ଟି ଲେଖାଏଁ ମ୍ୟାଚ ଖେଳି ୪ ପଂଏଟ ହାସଲ କରିଛନ୍ତି ।
Comments are closed.