Latest Odisha News

BREAKING NEWS

କଠୁଆରେ ୪ସନ୍ଦିଗ୍ଧ ଆତଙ୍କୀ ଥିବା ସୂଚନା; ମହିଳା ଦେଲେ ସୁରକ୍ଷା ବାହିନୀକୁ ଖବର

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ବଢ଼ୁଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି।

ଜଣେ ମହିଳା ପୋଲିସକୁ ସୂଚନା ଦେଇଥିଲେ ଯେ ସେ ଅଞ୍ଚଳରେ ଚାରି ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଦେଖିଛନ୍ତି। ମହିଳାଙ୍କ ସୂଚନା ପରେ ସୁରକ୍ଷା ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଜମ୍ମୁ ଓ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଘଟଣାସ୍ଥଳରେ ପହଞ୍ଚିଛି ଏବଂ ସ୍ଥାନୀୟ ପୋଲିସ ସହିତ ମିଳିତ ଭାବରେ ଏକ ତଲାସୀ ଅଭିଯାନ ଚଳାଇଛି। ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ପ୍ରତ୍ୟେକ ଯିବା ଆସିବାକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି।

ସୂଚନା ଅନୁଯାୟୀ, ଏହି ଅଞ୍ଚଳଟି ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ ଏବଂ ପୂର୍ବରୁ ମଧ୍ୟ ଏଠାରେ ଅନୁପ୍ରବେଶ ପ୍ରୟାସ ଦେଖାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ସନ୍ଦିଗ୍ଧମାନେ ଏକ ବଡ଼ ଷଡ଼ଯନ୍ତ୍ର କରିବାକୁ ଯୋଜନା କରୁଥିବେ। ପୋଲିସ ଏବଂ ସେନା ଦଳଗୁଡ଼ିକ ଅତ୍ୟନ୍ତ ସତର୍କତା ଏବଂ ରଣନୀତିକ ଭାବରେ ସର୍ଚ୍ଚ ଅପରେସନ୍ କରୁଛନ୍ତି। ଡ୍ରୋନ୍ ଏବଂ ସ୍ନିଫର ଡଗ୍ସଙ୍କ ମଧ୍ୟ ସାହାଯ୍ୟ ନିଆଯାଉଛି।

ସୂଚନାଥାଉକି, ପହଲଗାମ ଆକ୍ରମଣ ପରେ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନିଜେ ଜମ୍ମୁ-କାଶ୍ମୀରର ଉଧମପୁରରେ ଥିବା ଉତ୍ତର କମାଣ୍ଡ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସେନା ଅଧିକାରୀଙ୍କ ଅନୁଯାୟୀ, ଜେନେରାଲ ଦ୍ୱିବେଦୀଙ୍କୁ ଏଲଓସିରେ ପୁଞ୍ଚ-ରାଜୌରୀ ଜିଲ୍ଲା ଏବଂ ତ ପୀର ପଞ୍ଜାଲ ରେଞ୍ଜର ଦକ୍ଷିଣ ଅଞ୍ଚଳର ସୁରକ୍ଷା ପରିସ୍ଥିତି ବିଷୟରେ ଏକ ବିସ୍ତୃତ ସୂଚନା ଦିଆଯାଇଥିଲା । ସେ ବର୍ତ୍ତମାନର ପରିସ୍ଥିତିର ସମୀକ୍ଷା କରୁଛନ୍ତି ଏବଂ ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି।

 

Comments are closed.