Latest Odisha News

BREAKING NEWS

ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରୁ ଉଦ୍ଧାର ହେଲା ମାଓ ଡ଼ମ୍ପ । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ଗୋରାସେତୁ ଓ ଯୋଡାମ୍ବ ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ୍ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି ରହିଥିଲା ।

ସର୍ଚ୍ଚ ଅପରେସନ୍ ବେଳେ ମାଓ ଡ଼ମ୍ପ ଉଦ୍ଧାର କରିଥିଲେ ଯବାନ । ଏହି ଡ଼ମ୍ପରୁ ୨ଟି ଟିଫିନ ବୋମା, ବିଦ୍ୟୁତ ତାର, ପ୍ଲାଷ୍ଟିକ ଡ୍ରମ, ଅକ୍ସିଜେନ ସିଲିଣ୍ଡର ଇତ୍ୟାଦି ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବୋମାକୁ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ନିଷ୍କ୍ରିୟ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଜଙ୍ଗଲରେ ଏଭଳି ଡ଼ମ୍ପ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି ।

ସମଗ୍ର ଜିଲ୍ଲାକୁ ବିଏସଏଫ୍‌ ଯବାନ ଘେରି ରହିଥିବାରୁ ନକ୍ସଲ ଗୋଟିଏ ବି ହିଂସା ଘଟାଇବାରେ ସଫଳ ହୋଇପାରୁନାହାନ୍ତି ।

Comments are closed.