Latest Odisha News

BREAKING NEWS

ପାକିସ୍ତାନ ବର୍ଡରରେ ଗର୍ଜିଲୀ ଅର୍ଜୁନ ଟ୍ୟାଙ୍କ, କେତେବେଳେ ବି ହେବ ଆଟାକ୍ !

ନୂଆଦିଲ୍ଲୀ:ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ଆକ୍ସନ ମୋଡ଼କୁ ଆସିଛି। ଏନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୈସରନ ଉପତ୍ୟକାର ଦୋଷୀଙ୍କୁ ନିପାତ କରାଯିବ। ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଭାରତର ଏହି କଠୋର ମନୋଭାବ ଦେଖି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନରେ ଚହଳ ପଡ଼ିଛି। ତେବେ ପାକିସ୍ତାନ ଉପରେ ଆଟାକ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଛି। ଯାହା ପାକିସ୍ତାନକୁ ଅଧିକ ଛାନିଆ କରିଦେଇଛି। ଏପରି ସ୍ଥିତିରେ ପାକିସ୍ତାନ ଆହୁରି ଭାବୁଛି ଯେ ଭାରତ ପୂର୍ଣ୍ଣ ଶକ୍ତି ସହ ଆକ୍ରମଣ କରେ, ତେବେ ଆମର କ’ଣ ଅବସ୍ଥା ହେବ? ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ଜୋରଦାର କରିବା ସହ ଆନ୍ତର୍ଜାତୀୟ ସୀମାରେ ବୃହତ୍ ସାମରିକ ଅଭ୍ୟାସ କରିଛି। ସେନା ପାକିସ୍ତାନ ସୀମା ନିକଟରେ ଘାତକ ଅର୍ଜୁନ ଟ୍ୟାଙ୍କ ସହ ଅଭ୍ୟାସ କରିଛି। ଆଉ ଏପରି ଦେଖି ପାକିସ୍ତାନର ନିଦ ହଜିଯାଇଛି। ଏପଟେ ପିଓକେରେ ଏକପ୍ରକାର ଏମର୍ଜେନ୍ସି ସ୍ଥତି ଦେଖାଦେଲାଣି।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନିଜର ମନୋଭାବକୁ ଆହୁରି କଠୋର କରିଛି। ଏହା ଦେଖି ପାକିସ୍ତାନରେ ଆତଙ୍କ ଓ ବିଚଳିତ ପରିବେଶ ସୃଷ୍ଟି ହୋଇଛି। ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ପାଇଁ ବୃହତ୍ ପଦକ୍ଷେପ ନେଇଛି। ଜୟସଲମେର ସୀମାରେ ସେନା ଅର୍ଜୁନ ଟ୍ୟାଙ୍କ ସହ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି। ସେନା ଜବାନମାନେ ଅର୍ଜୁନ ଟ୍ୟାଙ୍କ ସହ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସ ପାକିସ୍ତାନ ସୀମା ନିକଟରେ ହୋଇଛି। ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନୀ ସେନାର ମୁଜାଫରାବାଦରେ ବୃହତ୍ ଗତିବିଧି ଦେଖାଯାଇଛି। ଜଣାପଡ଼ିଛି ଯେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା (ଏଲଓସି)ରେ ଜବାନମାନଙ୍କୁ ଏକତ୍ର କରିବାରେ ଲାଗିଛି। ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ଜଣାପଡ଼ିଛି ଯେ ଆତଙ୍କବାଦୀମାନେ ପହଲଗାମର ବୈସରନ ମୈଦାନରେ ୨୬ ଜଣଙ୍କୁ ନରସଂହାର କରିବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ନୂଆ ସ୍ତରକୁ ପହଞ୍ଚିଛି। ସମଗ୍ର ଦେଶ ଆତଙ୍କବାଦୀଙ୍କ ଏପରି କାର୍ଯ୍ୟରେ ଆକ୍ରୋଶିତ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆତଙ୍କବାଦୀମାନଙ୍କୁ, ତାଙ୍କ ପୃଷ୍ଠପୋଷକଙ୍କୁ ଏବଂ ସମର୍ଥକଙ୍କୁ ପିଛା କରାଯିବ ଏବଂ ବିଶ୍ୱର ଯେ କୌଣସି କୋଣରେ ସେମାନଙ୍କଠାରୁ ପ୍ରତିଶୋଧ ନିଆଯିବ। ଅନ୍ୟପକ୍ଷରେ, ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶନିବାର ଶ୍ରୀନଗରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ସୁରକ୍ଷା ସମୀକ୍ଷା ବୈଠକ କରିଥିଲେ। ଉପରାଜ୍ୟପାଳ ସେନାକୁ କହିଥିଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ଧରିବା ପାଇଁ ସେମାନେ ସମସ୍ତ ସମ୍ଭାବ୍ୟ ଶକ୍ତି ପ୍ରୟୋଗ କରନ୍ତୁ।

 

Comments are closed.