ନୂଆଦିଲ୍ଲୀ: ପହଲଗାମରେ ହିନ୍ଦୁଙ୍କ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିବାକୁ ଲାଗିଛି। ଭାରତ ପାକିସ୍ତାନର ଘରେ ପଶି ଆତଙ୍କବାଦୀମାନଙ୍କୁ ମାରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପହଲଗାମର ପୀଡ଼ିତମାନଙ୍କୁ ଯେ କୌଣସି ମୂଲ୍ୟରେ ନ୍ୟାୟ ମିଳିବ। ଏପରି ପରିସ୍ଥିତିରେ ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ପଡ଼ୋଶୀ ମହାଶକ୍ତି ଚୀନ୍ର ଭୂମିକା କ’ଣ ହେବ? ଏହା ସମ୍ପର୍କରେ ଭାରତୀୟ ସେନାର ଜଣେ ପୂର୍ବତନ କମାଣ୍ଡର କହିଛନ୍ତି ଯେ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଏବଂ ଶୁଳ୍କ (ଟାରିଫ) ଜଟିଳତା ଯୋଗୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଅସ୍ଥିରତାରେ ଚୀନ୍ର ସମ୍ପୃକ୍ତିର ସମ୍ଭାବନା ନାହିଁ।
ତେବେ, ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପାକିସ୍ତାନ ସହ ଚୀନର ବନ୍ଧୁତ୍ୱ ସମସ୍ତେ ଜାଣନ୍ତି। ପୂର୍ବତନ ପୂର୍ବାଞ୍ଚଳ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ରାଣା ପ୍ରତାପ କଲିତା କହିଛନ୍ତି ଯେ ୨୦୨୦ ଗଲୱାନ ଘଟଣା ପରେ ଉଭୟ ଦେଶ ମଧ୍ୟରେ ବହୁ ଆଲୋଚନା ସହ ସମାଧାନ ହୋଇଛି। ଫଳେ ଏହି ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସ୍ଥାରେ ତ୍ୱରାନ୍ୱିତ ହୋଇଛି, ଯାହା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଏବଂ କୈଲାସ ମାନସରୋଭର ଯାତ୍ରା ପୁନଃ ଆରମ୍ଭ ପାଇଁ ଆଲୋଚନା ସାମିଲ ରହିଛି।
କଲିତା ଆହୁରି କହିଛନ୍ତି ଯେ ଉଭୟ ଦେଶ ଆମେରିକା ଦ୍ୱାରା ଲାଗୁ ହୋଇଥିବା ବୃଦ୍ଧିପ୍ରାପ୍ତ ବାଣିଜ୍ୟ ଶୁଳ୍କର ସମ୍ମୁଖୀନ ହେଉଛନ୍ତି, ଯାହାର ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ସେ କହିଛନ୍ତି ଯେ ଭାରତ ଓ ଚୀନ୍ ଉତ୍ପାଦନକାରୀ ଦେଶ ହେବା ସହ ପ୍ରମୁଖ ଉପଭୋକ୍ତା ବଜାର ମଧ୍ୟ ଅଟନ୍ତି, ତେଣୁ ଶୁଳ୍କ ପରିବର୍ତ୍ତନର ପ୍ରଭାବ ଏହି ଦେଶଗୁଡ଼ିକରେ ଅଧିକ ଅନୁଭୂତ ହେବ।
ଚୀନ୍ର ମନୋଭାବ ଅନୁମାନ କରିବା କଷ୍ଟକର
ପୂର୍ବତନ ସୈନ୍ୟ କମାଣ୍ଡର କହିଛନ୍ତି ଯେ ଏହି ଜଟିଳତା ଏବଂ ଭୂ-ରାଜନୈତିକ ଘଟଣାକ୍ରମକୁ ଦେଖି ପହଲଗାମ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ଥିରତା ପ୍ରତି ଚୀନ୍ର କୌଣସି ସିଧା ପ୍ରତିକ୍ରିୟା ଆସିନାହିଁ, ତେଣି ଏବେଠୁ ଅନୁମାନ କରିବା କଷ୍ଟକର। ସେ ଆହୁରି କହିଛନ୍ତି ଯେ ଶେଖ ହାସିନା ସରକାରର ପତନ ପରେ ବାଂଲାଦେଶରେ ଭାରତ ବିରୋଧୀ ମନୋଭାବ ବୃଦ୍ଧି ପାଇଛି, ଯାହାକୁ ଧାର୍ମିକ କଟ୍ଟରପନ୍ଥୀମାନେ ପ୍ରୋତ୍ସାହନ ଦେଉଛନ୍ତି। ଆଇଏସ୍ଆଇର ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପାକିସ୍ତାନୀ ସୈନ୍ୟ ଅଧିକାରୀଙ୍କ ଗସ୍ତ ଏହି ସମ୍ବେଦନଶୀଳତାକୁ ଆହୁରି ବୃଦ୍ଧି କରୁଛି। ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି ।
କଲିତା କହିଛନ୍ତି ଯେ ସଂକୀର୍ଣ୍ଣ ସିଲିଗୁଡ଼ି କରିଡର ମଧ୍ୟ ଭାରତ ପାଇଁ ଏକ ସମ୍ବେଦନଶୀଳ ଅଞ୍ଚଳ, କାରଣ ଏହା ପୂର୍ବୋତ୍ତରକୁ ରଣନୀତିକ ସଂଯୋଗ ଯୋଗାଇ ଦେଇଥାଏ। ସେ କହିଛନ୍ତି ଯେ ବାଂଲାଦେଶରେ ଆତଙ୍କବାଦୀ ଶିବିରର ସମ୍ଭାବ୍ୟ ପୁନଃ ଆରମ୍ଭ ଆଉ ଏକ ଚିନ୍ତାର ଦିଗ, କାରଣ ସେଠାରେ ଉଲ୍ଫା ଏବଂ ଅନ୍ୟ ସଂଗଠନର ଅଡ୍ଡା ରହିଛି। ଯାହା ଉପରେ ଭାରତ ଅଧିକ ନଜର ରଖିବା ଆବଶ୍ୟ ବୋଲି କଲିତା କହିଛନ୍ତି।
Comments are closed.