Latest Odisha News

BREAKING NEWS

‘ଭାରତ ଯୁଦ୍ଧ ଆରମ୍ଭ କରିବାର ସ୍ଥାନ ସ୍ଥିର କରୁ, ଆମେ କହିବୁ କେଉଁଠି ଯୁଦ୍ଧ ସରିବ’

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ପ୍ରତିଦିନ ପାକିସ୍ତାନ ପକ୍ଷରୁ କିଛି ନା କିଛି ବିବାଦୀୟ ବୟାନ୍ ସାମ୍ନାକୁ ଆସୁଛି । ଏମିତିକି ଯୁଦ୍ଧ ବିରତିକୁ ଉଲ୍ଲଂଘନ କରି ଗତ ୭ ଦିନ ହେବ ଗୁଳିଗୋଳା ଛଡ଼ା ଯାଉଛି । ଯେକୌଣସି ସମୟରେ ଭାରତ ପକ୍ଷରୁ ଯୁଦ୍ଧ ଘୋଷଣା ହୋଇ ପାରେ ବୋଲି ପାକିସ୍ତାନ ଆଶଙ୍କା କରି ଭୟରେ ଅଛି ।

ଏହି ସମୟ ମଧ୍ୟରେ ଇସଲାମାବାଦରେ ଉପପ୍ରଧାନମନ୍ତ୍ରୀ ଇସାକ ଦାରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନ ସେନାର ମୁଖପାତ୍ର ଜେନେରାଲ ଅହମଦ ସରିଫ ଚୌଧୁରୀ ଭାରତକୁ ଫମ୍ପା ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ଯଦି ଆମ ଉପରେ ଆକ୍ରମଣ କରେ ତେବେ ଆମେ ତାର ଦୃଢ଼ ଜବାବ ଦେବୁ । ବଲିଉଡ୍ ସିନେମାର ଡାଇଲଗ ଭଳି ସରିଫ କହିଛନ୍ତି ଯେ ଭାରତ ଯୁଦ୍ଧ ଆରମ୍ଭର କରିବାର ସ୍ଥାନ ସ୍ଥିର କରୁ ପାକିସ୍ତାନ କହିବ ଯୁଦ୍ଧ କେଉଁଠି ଶେଷ ହେବ । ଅର୍ଥାତ୍ ଭାରତକୁ ପାକିସ୍ତାନ ଯୁଦ୍ଧରେ ହରାଇ ଦେବ ।

ସେ ଆହୁରି କହିଛନ୍ତି ଯେ, ଆମର ସମସ୍ତ ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ଭାରତକୁ ଠିକଣା ଜବାବ ଦେବାକୁ ପୂରା ପ୍ରସ୍ତୁତ ଅଛନ୍ତି । ଉଭୟ ପୂର୍ବ ଓ ପଶ୍ଚିମ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

Comments are closed.