Latest Odisha News

BREAKING NEWS

ଜମ୍ମୁ-କଶ୍ମୀରରେ ରାଜନୈତିକ ସଙ୍କଟ, ସରକାରଙ୍କୁ ୨୫ ବିଧାୟକଙ୍କ ୧୪ଦିନିଆ ଅଲଟିମେଟମ୍

ଜମ୍ମୁ-କାଶ୍ମୀର: ସଙ୍କଟରେ ଜମ୍ମୁ-ଓ କାଶ୍ମୀର ସରକାର । ଚାପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ବାପା ତଥା ଦଳର ସଭାପତି ଫାରୁକ ଅବଦୁଲ୍ଲା । ସମର୍ଥନ ପ୍ରତ୍ୟାହାର ଧମକ ଦେଲେ ୨୫ ଜଣ ଏନସି ବିଧାୟକ । ଜମ୍ମୁରେ ଶାସକ ନାସନାଲ କନଫରେନ୍ସରେ ସଙ୍କଟ । ବିଦ୍ରୋହ ମୋଡରେ ୨୫ ବିଧାୟକ । ଦାବି ପୂରଣ ନହେଲେ ସରକାରଙ୍କୁ ସମର୍ଥନ କରିବେ ନାହିଁ ବୋଲି ୧୪ ଦିନର କଂଟ ଦେଇଛନ୍ତି । ଓମାରଙ୍କ ନେତୃତ୍ୱାଧିନ ସରକାରରେ ପରିବର୍ତ୍ତନ ପାଇଁ ୨୫ ବିଧାୟକ ଜୋରଦାର ଦାବି କରିଛନ୍ତି । ୯୦ ଆସନ ବିଶିଷ୍ଟ ଜମ୍ମୁକାଶ୍ମୀରରେ ଏନସିର ୪୧ ବିଧାୟକ ଅଛନ୍ତି । କଂଗ୍ରେସର ୬, ସିପିଆଇଏମର ଜଣେ ବିଧାୟକଙ୍କ ସହ ୬ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢିଥିଲା ଏନସି । ୨୫ ବିଧାୟକ ସମର୍ଥନ ପ୍ରତ୍ୟାହାର କଲେ ସରକାର ଭାଙ୍ଗିଯିବ । ତେଣୁ ଜମ୍ମୁ-କଶ୍ମୀରରେ ଏବେ ରାଜନୈତିକ ଝଡ ମୁଣ୍ଡ ଟେକିଛି । ସବୁ ମନ୍ତ୍ରୀଙ୍କୁ ବାହାର କରି ନୂଆ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଦାବି ଜୋର ଧରିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ତୁରନ୍ତ ପଦବିରୁ ହଟାଇବାକୁ ଦାବି କରିଛନ୍ତି ଅସନ୍ତୋଷ ବିଧାୟକ । ନୂଆ ମନ୍ତ୍ରୀମଣ୍ଡଳ ଗଠନରେ କ୍ଷମତାକୁ ମାପକାଠି କରିବା ସହ ସ୍ୱଚ୍ଛତା ଅବଲମ୍ବନ ହେଉ ବୋଲି ଦାବି ହୋଇଛି । ମନ୍ତ୍ରୀ ଚୟନ ପୂର୍ବରୁ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ବିଚାର ବିମର୍ଷ କରାଯାଉ ।

ଦଳର ବିଦ୍ରୋହୀ ବିଧାୟକ ନିର୍ବାଚନୀ ଇସ୍ତାହାର ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଧାରା ୩୭୦, ଧାରା ୩୫-ଏ ଅନ୍ୟ ଆନୁସଙ୍ଗୀକ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଦୃଢ ଦାବି କରିଛନ୍ତି । ୧୪ଦିନର ସମୟସୀମା ଶେଷ ହେବା ପୂର୍ବରୁ ଯଦି ଦଳୀୟ ନେତୃତ୍ୱ କୌଣସି ଠୋସ୍ ପଦକ୍ଷେପ ନନିଅନ୍ତି, ତେବେ ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଚେତାବନୀ ଦେଇଛନ୍ତି । ଗୋଟେପଟେ ଶ୍ରୀନଗର ସାଂସଦ ଆଗା ସୟଦ ମେହଦୀଙ୍କ ଇସ୍ତଫା ଧମକ ନେଇ ଚାଲେଂଜ ଥିବା ବେଳେ ଏପଟେ ବିଧାୟକଙ୍କ ଅଲଟିମେଟମକୁ ନେଇ ହରଡଘଣାରେ ଓମାର୍ । ରୁହୁଲ୍ଲା ମେହଦୀ ଦଳୀୟ ନେତୃତ୍ୱଙ୍କ ବିରୁଦ୍ଧରେ ଖୋଲାଖୋଲି ଅଭିଯୋଗ କରି ନଭେମ୍ବର୩ରେ ଦଳ ଏବଂ ଲୋକସଭା ଆସନରୁ ଇସ୍ତଫା ଦେବେ ବୋଲି ଧମକ୍ ଦେଇଥିଲେ ।

Leave A Reply

Your email address will not be published.