Latest Odisha News

BREAKING NEWS

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ: ଉଭୟ ଛୋଟ ଓ ବଡ଼ ପରଦା ତଥା ଓ ମଞ୍ଚ ଅଭିନେତା ଶ୍ରୀରାମ ଲାଗୁଙ୍କର ମଙ୍ଗଳବାର ପୁନେଠାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

ଶ୍ରୀରାମ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି।

ପେସାରେ ଜଣେ ଡାକ୍ତର ଥିବା ସ୍ବର୍ଗତ ଲାଗୁ ନିଶାରେ ଥିଲେ ଜଣେ ପ୍ରଖ୍ୟାତ ଅଭିନେତା । ଅଭିନୟ ସାଙ୍ଗକୁ ସମାଜ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଏହି ବର୍ଷୀୟାନ ଅଭିନେତା ୧୦୦ରୁ ଊର୍ଦ୍ଧ୍ବ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଏହାସହ ସେ ୪୦ରୁ ଊର୍ଦ୍ଧ୍ବ ନାଟକରେ ମାଧ୍ୟ ନିଜ ଅଭିନୟର ପରାକାଷ୍ଠା ଦେଖାଇଛନ୍ତି । ଆହୁରି ମଧ୍ୟ ୨୦ରୁ ଊର୍ଦ୍ଧ୍ବ ମରାଠୀ ନାଟକର ସେ ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି ।

ସ୍ବର୍ଗତ ଲାଗୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି, ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବହୁ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.