Latest Odisha News

BREAKING NEWS

ଫିଲ୍ମରୁ ଅବସର ନେଇ ମତେ ବାଧ୍ୟ କରାଯାଇପାରେ: ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟ ରେ ଅନେକ ଉତ୍ଥାନ-ପତନର ସାମ୍ନା କରିଛନ୍ତି। ନିଜର କଠିନ ପରିଶ୍ରମ ଓ ଇଛା ଶକ୍ତି ବଳରେ ହିଁ ଆଜି ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି। ତାଙ୍କର ପ୍ରଶଂସକ ମାନେ ତାଙ୍କୁ ପ୍ରେରଣା ବୋଲି ମାନିଥାନ୍ତି।

ଏକ ସାକ୍ଷାତକାରରେ ଅଜିତ ନିଜ ଜୀବନର ଅନିଶ୍ଚିତତା ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ପୂର୍ଣ୍ଣ ଭାବରେ ବଞ୍ଚିବାର ତାଙ୍କର ଚିନ୍ତାଧାରା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ଏହି ସମୟରେ ଫିଲ୍ମ କ୍ୟାରିୟରର ଅବସର ବିଷୟରେ ତାଙ୍କୁ ପଚରା ଯାଇଥିଲା। ଯାହାର ଉତ୍ତରରେ ସେ ସିଧା ସଳଖ ଭାବେ କହିଥିଲେ ଯେ ଯଦି ପରିସ୍ଥିତି ମତେ ବାଧ୍ୟ କରେ ତାହେଲେ ହୁଏତ ମୁ ଅବସର ନେଇ ପାରେ। ଲୋକମାନେ ପ୍ରାୟତଃ ନିଜ  ଜୀବନକୁ ନେଇ ବହୁତ ଅଭିଯୋଗ କରିଥାନ୍ତି କିନ୍ତୁ ଯଦି ପ୍ରତିଦିନ ଆପଣ ସକାଳୁ ଜୀବନ୍ତ ଉଠିଯାଇପାରୁଛନ୍ତି ତାହେଲେ ସେଇଟା ହିଁ ବଡ଼ ଅନୁଭବ। ବର୍ତ୍ତମାନ ସୁଦ୍ଧା ସେ ଅନେକ ଅସ୍ତ୍ରୋପଚାର ଦେଇ ଗତି କରିଛନ୍ତି।

ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ସେ ତାଙ୍କ ଜୀବନ କୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିବାକୁ ଚାହୁଁଛନ୍ତି ଓ ଖୁସି ର ସହ ବଞ୍ଚିବାକୁ ଚାହାନ୍ତି ବୋଲି କହିଥିଲେ। ଅଭିନୟ କେବେ ବି ତାଙ୍କର ପ୍ଲାନରେ ନଥିଲା ବରଂ ଭାଗ୍ୟ ବଳରେ ଅଭିନେତା ବନିଥିବା କଥା କହିଛନ୍ତି। ସେ ସ୍କୁଲ ପରେ ପ୍ରାୟ ଛଅ ମାସ ପାଇଁ ଏକ ଅଟୋ କମ୍ପାନୀରେ କାମ କରିଥିଲେ ଓ ୧୮ ବର୍ଷ ବୟସରେ ବାଇକ୍ ରେସିଂ ଆରମ୍ଭ କରିଥିବା କଥା କହିଛନ୍ତି। ଧୀରେ ଧୀରେ  ସେ ପ୍ରିଣ୍ଟିଂ ପ୍ରେସ ଏବଂ ଟିଭି ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ ଓ କେତେବେଳେ ଅଭିନୟରେ ପ୍ରବେଶ କଲେ ତାହା ସେ ଜାଣି ପାରିନଥିଲେ।

ତେବେ ସେ ୧୯୯୦ ମସିହାରେ ଏନ୍ ଭେଡୁ ଏନ୍ କାନଭାର୍  ଫିଲ୍ମ ରୁ କ୍ୟାରିଅର ଆରମ୍ଭ କରିଥିଲେ। ଭେରାମ ‘,’ ବିଲା ‘ଏବଂ’ ମାନକଥା ‘ଭଳି ହିଟ୍ ଫିଲ୍ମ ସେ ଇଣ୍ଡଷ୍ଟ୍ରି କୁ ଦେଇଛନ୍ତି। ସେ ୩୦ ବର୍ଷରୁ ଅଧିକ ସମୟ ଧରି ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି।

 

Comments are closed.