Latest Odisha News

BREAKING NEWS

ଦୀଘା ମନ୍ଦିର ବିବାଦ; ସଂଧ୍ୟା ୫ଟାରେ ବୈଠକ ଡାକିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବିଗ୍ରହଙ୍କ ପାଇଁ ବଳକା ଦାରୁ କାଠ ଦିଆଯିବା ଘଟଣା । ଆଜି ଅପରାହ୍ନ ୫ଟାରେ ବସିବ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ମହାରଣା,ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଗତକାଲି ଘଟଣାର ତନନ୍ତ ପାଇଁ ଆଇନ ମନ୍ତ୍ରୀଙ୍କ ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନର ତତ୍ପରତା ଦେଖାଯାଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଲେଖିଥିଲେଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସଂସ୍କୃତିକୁ ନେଇ ଗତ କିଛିଦିନ ହେବ ଗଣମାଧ୍ୟମରେ ଦ୍ବନ୍ଦ୍ବାତ୍ମକ ଖବର ପ୍ରସାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କ ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ । ଯଦି କେହି ଜ୍ଞାତସାରରେ ଏହି ଘଟଣା ଘଟାଇଛନ୍ତି ତା’ହେଲେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଦଣ୍ଡବିଧାନ ଗ୍ରହଣ କରାଯାଉ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି । ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପୁୁରୀର ସେବାୟତଙ୍କ ସମେତ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

 

Comments are closed.