Latest Odisha News

BREAKING NEWS

ୱାର୍ଣ୍ଣରଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ବେଙ୍ଗାଲୁର: ଆଇପିଏଲରେ ୧୮ତମ ସଂସ୍କରଣରେ ବିରାଟ କୋହଲି ଚମତ୍କାର ପ୍ରଦଶନ ଜାରୀ ରଖିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ କୋହଲି ୩୩ ବଲରେ ୬୨ ରନ ସଂଗ୍ରହ କରିଥିଲେ । ଏଥିସହ ସେ ଆଇପିଏଲରେ ଡେଭିଡ ୱାର୍ଣ୍ଣରଙ୍କ ଏକ ବଡ ରେକର୍ଡ ଭଙ୍ଗ କରିଛନ୍ତି । ୱାର୍ଣ୍ଣର ଆଇପିଏଲରେ ସର୍ବାଧିକ ଥର ୫୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିଲେ । ସେ ୭ ଥର ଏହି ସଫଳତା ହାସଲ କରିଥିବା ବେଳେ କୋହଲି ତାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । କୋହଲି ୮ ଥର ଗୋଟିଏ ସିଜନରେ ୫୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

ଏହି ତାଲିକାରେ କେଏଲ ରାହୁଲ ଓ ଶିଖର ଧାୱନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ରାହୁଲ ୬ ଓ ଧାୱନ ୫ ଥର ୫୦୦ରୁ ଅଧିକ ରନ କରିଛନ୍ତି । କୋହଲି ଆଇପିଏଲରେ ୬୨ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପ୍ରଦର୍ଶନ ଚଳିତ ସଂସ୍କରଣରେ ସନ୍ତୋଷ ଜନକ ରହିଛି । ଦଳ ଏବେ ପ୍ଲେ ଅଫର ନିକଟତର ହୋଇଛି । ସୂଚନାଯୋଗ୍ୟ ଆରସିବି ଏ ପର୍ଯ୍ୟନ୍ତ ଆଇପିଏଲ ଟାଇଟଲ ହାସଲ କରିପାରି ନାହିଁ ।

Comments are closed.