Latest Odisha News

BREAKING NEWS

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ

ତା୧୯-୧୨-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଡିସେମ୍ବର
ତା ୧୯ ରିଖ ଗୁରୁବାର ଧନୁ ୦୪ ଦିନ ପୌଷ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର:-ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜି: ନଡିଆ ଖାଇବା ନିଷେଧ

ମେଷ
ଯଗି ରଖି ଚଳନ୍ତୁ ପାରିବାରିକ ଅଶାନ୍ତି, ମତ ପାର୍ଥକ୍ୟ ମନକୁ ଭାରାକ୍ରାନ୍ତ କରାଇବ । ବୃଥା ଭ୍ରମଣ,ସ୍ବାସ୍ଥ୍ୟ ହାନୀ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଦ୍ରବ୍ୟ ହାନୀ କ୍ଷଯ କ୍ଷତି ହେବ ।
ବୃଷ
ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ସ୍ଥଗିତ ଥିବା କାମ ପୁନର୍ବାର କାର‌୍ୟ୍ୟକାରୀ ହେବ ।ମନୋରଞ୍ଜନ ଧର୍ମୀ କାର‌୍ୟ୍ୟରେ ଯୋଗଦାନ କରିବେ ।ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।

ମିଥୁନ
ଶତୃମାନେ ପରାଜିତ ହେବେ ।ପ୍ରତ୍ୟେକଟି କାର‌୍ୟ୍ୟରେ ସଫଳତା ଲାଭ କରିବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।ମହିଳାମାନେ ସାଙ୍ଗଠନିକ କାର‌୍ୟ୍ୟରେ ପ୍ରଶଂସନୀୟ ହେବେ ।
କର୍କଟ
ପାରିବାରିକ ଓ ଗ୍ରାହ୍ୟସ୍ଥ ଜୀବନ ସୁଖ ପ୍ରଦ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ ।ଧାର୍ମିକ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିବେ ।ଯାତ୍ରାରେ ସଫଳତା ମିଳିବ ।

ସିଂହ
ଯଗି ରଖି କାମ କରନ୍ତୁ ନଚେତ ଅଶାନ୍ତି ଅସନ୍ତୋଷ ସୃଷ୍ଟି ହେବ ।ସାଂସାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ।ଗୁପ୍ତ ଶତୃମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି ।ସନ୍ତାନ ମାନେ ବିଶୃଙ୍ଖଳିତ ହେବେ ।

କନ୍ୟା
ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ।ମନ ମୁତାବକ କାର‌୍ୟ୍ୟ କରି ପ୍ରଶଂସିତ ହେବେ ।ପାରିବାରରେ ଥିବା ସଂଦେହ ଭୁଲ ବୁଝାମଣା ଦେଖା ଦେବ ।ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।

ତୁଳା
ଦେହ ମନ ସୁସ୍ଥ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ ।ନିର୍ମାଣଧୀନ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ପ୍ରତ୍ୟେକଟି ପ୍ରତିଯୋଗିତାରେ କୃତକାର‌୍ୟ୍ୟ ହେବେ ।ମହିଳାମାନେ ଯଶସ୍ବିନୀ ହେବେ ।

ବିଛା
ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମାନ ସମ୍ମାନ ଯଶ ଗୌରବ ପ୍ରାପ୍ତ ହେବେ। ସ୍ଵାଦିଷ୍ଟ ଭୋଜନ ମିଳିବ । ମହିଳାମାନେ ସମାଜରେ ଆଦରଣୀୟା ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ଲାଭ କରିବେ ।

ଧନୁ
ମିଥ୍ୟା ଅଭିଯୋଗ,ବୃଥା ଆରୋପରେ ଦଣ୍ଡିତ ହୋଇପାରନ୍ତି ।ଅଧିକ ବ୍ୟୟ ,ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।ବୃତ୍ତିଗତ ବ୍ୟବସାୟରେ ବାଧାବିଘ୍ନ ସୃଷ୍ଟି ହେବ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।
,

ମକର
ଆଜି ଆପଣଙ୍କୁ ସଫଳତା ମିଳିବ ।ପ୍ରତ୍ୟେକ ଟି କାର‌୍ୟ୍ୟରେ ସାହାଯ୍ୟ ସହାନୁଭୂତି ପାଇବେ ।ନିଜ ଜୀବନ ସାଥୀର ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ବକେୟା ଅର୍ଥ ହସ୍ତଗତ ହେବ ।ବ୍ୟବସାୟରେ ସଫଳତା ମିଳିବ ।

କୁମ୍ଭ
ସାଂସାରିକ ଜୀବନ ସୁଖମୟ ହେବ ।ଆଶା କରୁଥିବା ଦିଗରୁ ସଫଳତା ପାଇବେ ।ତରଳ ଜାତୀୟ ବ୍ୟବସାୟରେ ଲାଭବାନ ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ କୃତ କାର‌୍ୟ୍ୟ ହେବେ ।ଧର୍ମ ଦିଗରେ ମନୋନିବେଶ କରିବେ ।

ମୀନ
ଆଜି ଆପଣଙ୍କୁ ସଫଳତା ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର‌୍ୟ୍ୟାଦା ବୃଦ୍ଧି ପାଇବ ।ନିର୍ମାଣଧୀନ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିବ ।ମାଲିମକଦମାରେ ବିଜୟ ଲାଭ କରିବେ ।ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।

 

Leave A Reply

Your email address will not be published.