Latest Odisha News

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପାସହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ୍: ଅନେକ ବାକବିତର୍କ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୂରୁପୋଯୋଗ କରୁଥିବା ତଥା ତାଙ୍କୁ ବହିଷ୍କାର କରିବା ଲାଗି ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ୍ କରାଯାଇଛି । ଟ୍ରମ୍ପଙ୍କ ବିରୋଧରେ ୨ଟି ଅଭିଯୋଗ ରହିଥିବାବେଳେ ଗୃହରେ ପ୍ରଥମ ଅଭିଯୋଗ ୨୩୦-୧୯୭ ଏବଂ ଦ୍ୱିତୀୟ ଅଭିଯୋଗ ୨୨୯-୧୯୮ ଖଣ୍ଡ ଭୋଟରେ ପାସ୍ ହୋଇଛି ।

ଏନେଇ ଆସନ୍ତା ମାସ ସିନେଟରେ ଟ୍ରମ୍ପ ଶୁଣାଣିର ସମ୍ମୁଖୀନ ହୋଇପାରନ୍ତି । ଏଥିରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭର ସଦସ୍ୟମାନେ ଓକିଲ ଓ ସିନେଟରମାନେ ବିଚାରକ ସାଜିବେ । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରାଯିବ ।

ଉଲ୍ଲେଖଯୋଗ୍ୟ, ଯଦି ତାଙ୍କୁ ବହିଷ୍କାର କରାଯାଏ, ତାହେଲେ ୧୮୬୮ର ଆଣ୍ଡ୍ରିଉ ଜନସନ୍ ଓ ୧୯୮୮ରେ ବିଲ୍ କ୍ଲିନଟନଙ୍କ ପରେ ସେ ତୃତୀୟ ଆମେରିକା ରାଷ୍ଟ୍ରପତି ହେବେ ।

Leave A Reply

Your email address will not be published.