ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ସଫଳ ବର୍ଷଣ ଭିତରେ ଭାରତରେ ନିର୍ମିତ ସୁପରସୋନିକ୍ କ୍ରୁଜ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ବଡ ଭୂମିକା ରହିଛି । ଯାହାର ସାହାର୍ଯ୍ୟରେ ଭାରତ ପାକିସ୍ତାନ ଭିତରେ ବ୍ୟାପକ ଧ୍ୱଂସ ଘଟାଇଛି । ଯେଉଁଥିରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇ ଆତଙ୍କବାଦୀ ତାଲିମ କେନ୍ଦ୍ରକୁ କବରସ୍ଥାନରେ ପରିଣତ କରିଥିଲା ।
ତେବେ କ’ଣ ଆପଣ ଜାଣନ୍ତି ଭାରତ ଏବଂ ରୁଷର ମିଳିତ ପ୍ରୟାସରେ ଭାରତରେ ତିଆରି ହେଉଥିବା ଏହି ସ୍ବେଦେଶୀ ଅସ୍ତ୍ରର ମୂଲ୍ୟ କେତେ ? ତେବେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଭାରତ ଏବଂ ଋଷ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଛଇ । ଏହି କ୍ଷେପଣାସ୍ତ୍ରର ନାମକରଣ ଭାରତର ବ୍ରହ୍ମପୁତ୍ର ନଦୀ ଏବଂ ଋଷର ମସ୍କୋଭା ନଦୀ ନାମରେ ରଖାଯାଇଛି । ଏହି କ୍ଷେପଣାସ୍ତ୍ର ବିକଶିତ କରିବା ପାଇଁ ୨୫୦ ନିୟୁତ ଡଲାର ଖର୍ଚ୍ଚ ହୋଇଛି, ଯାହା ଆଜିର ହିସାବରେ ୨,୧୩୫ କୋଟି ଟଙ୍କା ସହିତ ସମାନ । ଏହି ପ୍ରକଳ୍ପରେ ଭାରତ ୫୦.୫% ଅବଦାନ ରଖିଥିବା ବେଳେ ରୁଷ ୪୯.୫% ଅବଦାନ ରଖିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ରର ସରକାରୀ ମୂଲ୍ୟ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରହ୍ମୋସର ଉତ୍ପାଦନ ୟୁନିଟର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା ଏବଂ ଗୋଟିଏ କ୍ଷେପଣାସ୍ତ୍ରର ମୂଲ୍ୟ ପ୍ରାୟ ୩୪ କୋଟି ଟଙ୍କା ରହିଛି । ଏଥିସହିତ ସୁପରସୋନିକ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ୨୯୦ କିଲୋମିଟର ଏବଂ ଏହାର ଉନ୍ନତ ସଂସ୍କରଣର ଲକ୍ଷ୍ୟଭେଦ ୫୦୦ ରୁ ୮୦୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ୨୦୦ରୁ ୩୦୦ କିଲୋଗ୍ରାମ ଉଚ୍ଚ ବିସ୍ଫୋରକ ବହନ କରିବାରେ ସକ୍ଷମ। ଏହା ବ୍ୟତୀତ, ଏହା ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇ ଶତ୍ରୁକୁ ଧ୍ୱଂସ କରିବାରେ ବିଚକ୍ଷଣ ।
ଗତ ମେ ୭ ତାରିଖରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ, ପାକିସ୍ତାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିଥିଲା, ଯାହାକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ବିଫଳ କରାଯାଇଥିଲା। ପାକିସ୍ତାନର ଆକ୍ରମଣର ଜବାବରେ, ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନର ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ପାକିସ୍ତାନର ୪ଟି ବାୟୁସେନା ଘାଟି ଧ୍ୱଂସ ହୋଇଯାଇଥିଲା ।
Comments are closed.