Latest Odisha News

BREAKING NEWS

ଏସଏମଏସ ଷ୍ଟାଡିୟମକୁ ବୋମାରେ ଉଡ଼ାଇବାକୁ ଧମକ

ଜୟପୁର: ଜୟପୁରର ସୱାଇ ମାନସିଂହ (ଏସଏମଏସ) ଷ୍ଟାଡିୟମକୁ ପୁଣି ଥରେ ବୋମା ଧମକ ମିଳିଛି। ରାଜସ୍ଥାନ କ୍ରୀଡା ପରିଷଦକୁ ଏକ ଇମେଲ୍ ମାଧ୍ୟମରେ ଏହି ଧମକ ପଠାଯାଇଥିବା ଜଣାପଡିଛି। ଯାହା ପରେ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା।

ସୂଚନା ମିଳିବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀ, କୁକୁର ସ୍କ୍ୱାଡ୍ ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହିତ ସମଗ୍ର ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକୁ ନଜରରେ ରଖି ଷ୍ଟାଡିୟମ ଚାରିପାଖରେ ହେଉଥିବା କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି।

ଉଲ୍ଲେଖନୀୟ ଯେ ଷ୍ଟାଡିୟମକୁ ଗତ ପାଞ୍ଚ ଦିନ ପୂର୍ବରୁ ସମାନ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦିଆଯିବ। ଲଗାତାର ଧମକ ମିଳୁଥିବାରୁ ପୋଲିସ ଏହାକୁ ଗମ୍ଭୀରତାର ସହ ନେଉଛି। ତେବେ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ସାଇବର ଟିମ୍ ସତର୍କ ରହିଛନ୍ତି।

ଜୟପୁର ପୋଲିସ କମିଶନରେଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ବର୍ତ୍ତମାନ ଷ୍ଟାଡିୟମ ପରିସରରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ।

 

Comments are closed.