Latest Odisha News

BREAKING NEWS

ଓଡିଶା ପରିବେଶ କଂଗ୍ରେସର ୧୦ମ ସଂସ୍କରଣ ଆଜିଠୁ ଆରମ୍ଭ

ଭୁବନେଶ୍ବର: ଓଡିଶା ପରିବେଶ କଂଗ୍ରେସର ଦଶମ ସଂସ୍କରଣ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ଭୁବନେଶ୍ବର ସ୍ଥିତ ପ୍ରାକୃତିକ ଇତିହାସର ଆଞ୍ଚଳିକ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପରିବେଶ କଂଗ୍ରେସକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦଘାଟନ କରିବେ।

ତିନିଦିନ ବ୍ୟାପୀ ହେବାକୁ ଥିବା ଓଡିଶା ପରିବେଶ କଂଗ୍ରେସର ଥିମ୍ ରହିଛି ପରିବେଶ ଓ ଖଣି ଓ ରାଜ୍ୟର ବିକାଶ କ୍ଷେତ୍ରରେ ଖଣିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଖଣି ପାଇଁ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି।

ଖଣି ଉତ୍ତୋଳନ ସହ କିପରି ପରିବେଶ ସୁରକ୍ଷା କରାଯାଇପାରିବ, ସେସମ୍ପର୍କରେ ପରିବେଶ ବିଜ୍ଞାନୀ ଓ ଗବେଷକଙ୍କ ସହ ରାଜନେତା, ବରିଷ୍ଠ ପ୍ରଶାସକ, ଶିଳ୍ପପତି ଓ ଶିଳ୍ପାନୁଷ୍ଠାନ ପ୍ରତିନିଧି, ପରିବେଶ ପ୍ରଭାବିତ ଅଂଚଳର ସ୍ବେଚ୍ଛାସେବୀମାନେ ଯୋଗଦେଇ ପରିବେଶ ଉପରେ ଖଣିର ପ୍ରଭାବ ଓ ପ୍ରତିକାର ସଂପର୍କରେ ମତାମତ ରଖିବେ ଓ ତିନିଦିନର ଏହି ମାନସମନ୍ଥନ କାର୍ଯ୍ୟକ୍ରମରେ ସାତଟି ବୈଷୟିକ ଅଧିବେଶନ ରହିଛି।

ଏହିସବୁ ଅଧିବେଶନରେ ଓଡିଶାରେ ଖଣି ଓ ଖଣିଜ ସଂପଦ, ଖଣି ଓ ପରିବେଶଗତ ପରିଚାଳନା, ଖଣି ଶିଳ୍ପରେ ଦାୟିତ୍ବବୋଧ, ସାମାଜିକ ଓ ଅର୍ଥନୈତିକ ବିକାଶ ଏବଂ ନିରନ୍ତର ଖଣି ସଂପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଏହର ଉଦଯାପନୀ ଦିବସରେ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡିଶା ପରିବେଶ କଂଗ୍ରେସର ସଂଗଠନ ସଂପାଦକ ସୁଦର୍ଶନ ଦାସ କହିଛନ୍ତି।

Leave A Reply

Your email address will not be published.