Latest Odisha News

BREAKING NEWS

ତୋଷାଳି ମେଳାର ଷଷ୍ଠ ସନ୍ଧ୍ୟା; ବଲିଉଡ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ତୋଷାଳି ମେଳାର ଷଷ୍ଠ ସନ୍ଧ୍ୟାରେ ପ୍ରସିଦ୍ଧ ବଲିଉଡ୍‌ ପ୍ରଚ୍ଛଦପଟ୍ଟ ଗାୟକ ଅମନ୍‌ ତି୍ରଖାଙ୍କ ମନଛୁଆଁ ସଂଗୀତ ଶୁଣିବାକୁ ମଞ୍ଚ ସମ୍ମୁଖରେ ଯୁବପିଢ଼ିଙ୍କ ମଧ୍ୟରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା ।

‘କେଶରୀ’, ‘ପ୍ରେମରତନ ଧନ ପାୟୋ’ ଚଳଚ୍ଚିତ୍ରର ସୁପରହିଟ୍‌ ସଂଗୀତ ‘ତେରେ ମିଟ୍ଟି ସେ ମିଲ ଯାଉଁ’ରୁ ଅମନ୍‌ ତାଙ୍କର ସଂଗୀତ ସନ୍ଧ୍ୟା ଆରମ୍ଭ କରିଥିଲେ । ଗୋଟିକ ପରେ ଗୋଟିଏ ଗୀତ ଗାଇ ଅମନ୍‌ ଦର୍ଶକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ।

ଶୀତୁଆ ସନ୍ଧ୍ୟାରେ ଚିତ୍ତାକ ର୍ଷକ ସଂଗୀତ ସାଙ୍ଗ କୁ ଫୁଡ୍‌କୋର୍ଟରେ ମଧ୍ୟ ଲେ ।କ ମାନେ ବେଶ୍‌ ଗହଳି ଜମାଇଥିଲେ । ପାରମ୍ପରିକ ପିଠାପଣା ସାଙ୍ଗକୁ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ଉପଲବ୍ଧି ପାଇଁ ଫୁଡ୍‌କୋର୍ଟରେ ବେଶ୍‌ ବିକି୍ରବଟା ହୋଇଥିଲା ।

ଫୁଡ଼କୋର୍ଟରର ଭିଡ଼:

ଫୁଡ୍‌କୋର୍ଟରେ ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀଙ୍କ ଦ୍ୱାରା ବିଭିନ୍ନ କିସମ୍‌ର ପିଠାପଣାର ପ୍ରସ୍ତୁତିରେ ରୋଜିସ୍‌ କିଚେନ୍‌ ଖାଦ୍ୟପ୍ରେମୀମାନଙ୍କୁ ବେଶ୍‌ ଆକୃଷ୍ଟ କରୁଛି । ତାଙ୍କ ଷ୍ଟଲ୍‌ କ୍ଷୀର ପୋଡପିଠା, ଲବଙ୍ଗଲତା, କ୍ଷୀରଗଜା, ଇମର୍ତ୍ତି, ଚନ୍ଦ୍ରକଳା, ଲଡୁ, ଘେରାମଣ୍ଡା, କ୍ଷୀର ସୁଜିକାକରା ପ୍ରଭୃତି ଓଡ଼ିଆ
ଘରର ପିଠାପଣାକୁ ଲୋକମାନେ ବେଶ୍‌ ଆଗ୍ରହର ସହ କିଣି ନେଉଥିଲେ ।

ତାଙ୍କର ପିଠା ପ୍ରସ୍ତୁତି ଏବଂ ଷ୍ଟଲ୍‌ର ସାଜସଜ୍ଜା ଟିକେ ନିଆରା ଏବଂ ଆକର୍ଷଣୀୟ ଅଛି । ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ନାମିଦାମୀ ହୋଟେଲ୍‌ମାନେ ମଧ୍ୟ ଗ୍ରାହକମାନଙ୍କ ଖାଦ୍ୟ ରୁଚି ଅନୁସାରେ ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ କରୁଛନ୍ତି ।

ଏ ପର୍ଯ୍ୟନ୍ତ ଫୁଡ୍‌କୋର୍ଟରେ ପ୍ରାୟ ୫୮ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଜଣାଯାଇଛି । ଏ ପର୍ଯ୍ୟନ୍ତ ହସ୍ତଶିଳ୍ପରେ ୧ କୋଟି ୭୦ ଲକ୍ଷ ଟଙ୍କାର ବିକି୍ରବଟା ହୋଇଥିବାବେଳେ ହସ୍ତତନ୍ତରେ ୧ କୋଟି ୩୨ ଲକ୍ଷ ଟଙ୍କାର ବିକି୍ରବଟା ହୋଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ତୋଷାଳି ମେଳା ପରିସରରେ ଦିନବେଳା ମୁଖ୍ୟ ମଞ୍ଚରେ ପ୍ରଦର୍ଶିତ କେ„ଇ ନାଚ, ଧୁଡୁକି ନାଚ, ଚଢ଼େୟା ଚଢ଼େୟାଣୀ, ପାଲା, ଦାସକାଠିଆ ପ୍ରଭୃତି ପାରମ୍ପରିକ ଲୋକସଂସ୍କୃତି ବେଶ୍‌ ମନମୁଗ୍ଧକର ହେଉଛି ।

ଗତ ସନ୍ଧ୍ୟାରେ ବିଭାଗୀୟ ସ୍ୱତନ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟି ଓ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ୨୫ ହଜାର ଦର୍ଶକ ମେଳା ପରିଦର୍ଶନ କରିଛନ୍ତି ବୋଲି ସିଡାକ୍‌ ତରଫରୁ ସୂଚନା ଦିଆଯାଇଛି ।

ତୋଷାଳି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ମେଳା ଦିନ ୧୧ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି ।

Leave A Reply

Your email address will not be published.