ନୂଆଦିଲ୍ଲୀ: ଏଫଆଇଏଚ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲିଗ ପାଇଁ ଗୁରୁବାର ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୨୪ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି । ଜୁନ ୭ ଓ ୯ରେ ନେଦରଲାଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ଦଳ ଆଟେୱର୍ପ ଗସ୍ତରେ ଯିବ ଏବଂ ସେଠାରେ ୧୪ ଓ ୧୫ରେ ଅଷ୍ଟ୍ରେଲିଆକୁ ଏବଂ ୨୧ ଓ ୨୨ରେ ବେଲଜିୟମକୁ ଭେଟିବ । ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ ହକି ପ୍ରୋ ଲିଗରେ ଭାରତ ୧୫ ପଂଏଟ ହାସଲ କରି ତୃତୀୟ ସ୍ଥାନରେ ରହିଛି ।
୮ ମ୍ୟାଚରୁ ଭାରତ ୫ରେ ବିଜୟୀ ହୋଇଥିଲା । ଦଳର ମୂଖ୍ୟ କୋଚ କ୍ରେଗ ଫୁଲଟନ ଏହି ଲେଗରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ଭାରତୀୟ ଦଳ: ଗୋଲକିପର: କ୍ରିଷ୍ଣା ବାହାଦୂର ପାଠକ,
ଡିଫେଣ୍ଡର: ସୁମିତ, ଅମିତ ରୋହୀଦାସ, ଯୁଗରାଜ ସିଂ, ନୀଲମ ସଞ୍ଜୀପ ଖେସ, ହରମନପ୍ରୀତ ସିଂ (ଅଧିନାୟକ), ଯରମନପ୍ରୀତ ସିଂ, ସଞ୍ଜୟ, ୟଶଦୀପ ସିୱାଚ । ମିଡଫିଲ୍ଡର: ରାଜକୁମାର ପାଲ, ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ(ଉପ ଅଧିନାୟକ), ରାଜିନ୍ଦର ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ଶମଶେର ସିଂ । ଫରୱାର୍ଡ: ଗୁରଜନ୍ତ ସିଂ, ଅଭିଷେକ, ଶୀଲାନନ୍ଦ ଲାକ୍ରା, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଦିଲପ୍ରୀତ ସିଂ ଓ ସୁଖଜିତ ସିଂ ।
Comments are closed.