Latest Odisha News

BREAKING NEWS

ବାରବାଟୀରେ ଟସ୍ ଜିତିଲେ ବିରାଟ; ୱେଷ୍ଟଇଣ୍ଡିଜକୁ ଦେଲେ ବ୍ୟାଟିଂ…

କଟକ: ଐତିହାସିକ କଟକ ସହରରେ ଆଜି ବହୁଛି ପ୍ରବଳ କ୍ରିକେଟ ହାୱା । ବାରବାଟୀ ଷ୍ଟାଡ଼ିୟମ ଭିତରେ ୪୫,୦୦୦ରୁ ଅଧିକ ଦର୍ଶକ ୱେଷ୍ଟଇଣ୍ଡିଜ ବନାମ ଭାରତ ମ୍ୟାଚକୁ ଉପଭୋଗ କରୁଥିବା ବେଳେ ସାରା ଓଡ଼ିଶାର କ୍ରିକେଟପ୍ରେମୀ ଟିଭି ପରଦାରେ ଏହି ମ୍ୟାଚର ମଜ୍ଜା ନେଉଛନ୍ତି । ଭାରତୀୟ କପ୍ତାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଭାରତୀୟ ଶକ୍ତିଶାଳୀ ବୋଲିଂ ବିଭାଗ ୱେଷ୍ଟଇଣ୍ଡିଜ୍ ଦଳକୁ କମ୍ ସ୍କୋର ମଧ୍ୟରେ ଅଟକାଇବାକୁ ପ୍ରଚେଷ୍ଟା କରିବ । ସେପଟେ ଅଧିନାୟକ କିରଣ ପୋଲାର୍ଡ଼ଙ୍କ ଦଳ ବାରବାଟୀ ପିଚରୁ ଅଧିକ ରନ ସ୍କୋର କରି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । କପ୍ତାନ ବିରାଟ ପୋଲାର୍ଡ଼ ବାହିନୀକୁ ହେୟଜ୍ଞାନ କରୁନାହାନ୍ତି, କାରଣ ୧ମ ଦିନିକିଆରେ ଏହି ଦଳଠାରୁ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା ।

ଏବେ ଶୃଙ୍ଖଳା ୧-୧ ରେ ବରାବର ଥିବାବେଳେ ଉଭୟ କପ୍ତାନ ଶୃଙ୍ଖଳା ଜିତିବାକୁ ଟକ୍କର୍ ଦେଇ ଖେଳ ପ୍ରଦର୍ଶନ କରିବେ ।

Leave A Reply

Your email address will not be published.