Latest Odisha News

BREAKING NEWS

ବଲାଙ୍ଗିରରେ ଜଳିଗଲା ବିପୁଳ ପରିମାଣର ଧାନଶସ୍ୟ

ବଲାଙ୍ଗିର: ବଲାଙ୍ଗିର ସହରର ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗିଶୂର୍ଡା ଗ୍ରାମରେ ଏକ ଧାନଖଳାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବହୁ ପରିମାଣର ଧାନ ଶସ୍ୟ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଆଁଲାଗି ପ୍ରାୟ ୨୦୦ କୁଇଣ୍ଟାଲ ଧାନ ଶସ୍ୟ ଜଳିିଯାଇଥିବା  ନେଇ ଜଣାପଡିଛି ।

ଏନେଇ ଜାଣିବା ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି  ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା କରିଥିଲେ ।

ଅନ୍ୟପକ୍ଷରେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେନେଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷ ।

 

Leave A Reply

Your email address will not be published.