Latest Odisha News

BREAKING NEWS

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା: ଗୁଜବ ନେଲା ଜୀବନ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ପରେ। ପ୍ରଶାସନ ଉପରେ ଅବହେଳା ଅଭିଯୋଗ କରାଯାଉଛି। ସରକାର କ୍ଷତିପୂରଣ ଘୋଷଣା କରିଥିଲେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରିଛି।

୧୮ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ RCBର ପ୍ରଥମ ବିଜୟକୁ ପାଳନ କରିବା ପାଇଁ ଏକ ବିରାଟ ଭିଡ଼ ଏକତ୍ରିତ ହୋଇଥିଲା। ହେଲେ ସେହି ସମୟରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ମାଗଣା ଟିକେଟର ଗୁଜବ ବ୍ୟାପିଥିଲା। ପରେ ଯେଉଁ  ଗୁଜବ ଏକ ବଡ଼ ଦୁର୍ଘଟଣାର କାରଣ ପାଲଟିଲା। ତେବେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଦଳାଚକଟା ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକର୍ମୀ ବହୁତ କମ୍ ଥିଲେ ବୋଲି ଦର୍ଶକଙ୍କ ଅଭିଯୋଗ ।

ଉଲ୍ଲେଖଯୋଗ୍ୟ ସେଲିବ୍ରେସନ୍ ଦେଖିବାକୁ ଆସିଥିବା ଫ୍ୟାନ୍ସ ମଧ୍ୟରେ ଅଚାନକ ଦଳାଚକଟା ହେବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହିତ ୩୩ ଜଣ ଆହତ ହୋଇଥିଲେ।ଯାହାକି ଉତ୍ସବର ଏହି ମୂହୁର୍ତ୍ତରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଆରସିବି ଦଳ ଆଇପିଏଲ୍ ୨୦୨୫ର ଟ୍ରଫି ଉଠାଇବା କୁ ଯାଉଥିବା ବେଳେ ଏହି ଅଘଟଣ ଘଟିଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରି ଡିକେ ଶିବକୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଶୋକ ପ୍ରକାଶ କରିଛନ୍ତି।ଏଥିସହିତ ମୃତକ ମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ସରକାର ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସେ  ଏହି ଘଟଣାକୁ କୌଣସି ପ୍ରକାରରେ ସମର୍ଥନ କରନ୍ତି ନାହିଁ କିମ୍ବା ଏହାକୁ ନେଇ କୌଣସି ରାଜନୀତି ନ ହେଉ ବୋଲି ସେ କହିଛନ୍ତି। ଏହି ଘଟଣା କୁ ନେଇ ସେ ମାଜିଷ୍ଟ୍ରେଟ୍ ତଦନ୍ତ ସହ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଷ୍ଟାଡିୟମର କ୍ଷମତା ୩୫୦୦୦ ଲୋକଙ୍କ ପାଇଁ ଥିବା ବେଳେ ସେଠାରେ ୨-୩ ଲକ୍ଷ ଲୋକ ଉପସ୍ଥିତ ଥିଲେ। ଯାହା ଫଳରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.