Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ନାମ ହେବ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ରୋମାଂଚ ଶେଷ ହେବା ପରେ ଏବେ ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ପ୍ରାୟ ଏକ ଦଶନ୍ଧି ପରେ ରବିଚନ୍ଦ୍ରନ ଅଶ୍ୱୀନ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ ଖେଳିବ । ଏହି ସିରିଜ ସହ ଏକ ନୂଆ ଯୁଗ ଆରମ୍ଭ ହେବ । ବିବିସି ସ୍ପୋର୍ଟ ରିପୋର୍ଟ ଅନୁସାରେ ଆଇସିସି ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ନାମରେ ଏହାକୁ ନାମିତ ହେବାକୁ ଯାଉଛି । ଏହାର ନାମ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ରଖାଯିବ ।

ସିରିଜ ଆରମ୍ଭ ହେବା ପୂର୍ବରୁ ଏହାର ଟ୍ରଫି ଏବଂ ନାମ ଘୋଷଣା କରାଯିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ତେନ୍ଦୁଲକର ଓ ଆଣ୍ଡରସନଙ୍କ ଉପସ୍ଥିତିରେ ସିରିଜ ବିଜେତା ଟିaମକୁ ଟ୍ରଫି ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି । ପୂର୍ବରୁ ଏହି ସିରିଜ ଇଂଲଣ୍ଡର ଖେଳାଗଲେ ଏହାର ନାମ ପଟୌଦ୍ଦି ଟ୍ରଫି ଏବଂ ଭାରତରେ ଆନ୍ଥୋନୀ ଡିମୋଲ ଟ୍ରଫି ରଖାଯାଉଥିଲା । ଏହାକୁ ଏବେ ଇସିବି ବନ୍ଦ କରିଦେଇଛି ।

Comments are closed.