Latest Odisha News

ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳର ପ୍ରଭାବ ବଳବତର ରହିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚମ ତଥା ଅନ୍ତିମ ଟି-୨୦ ମୁକାବିଲା ସମୟରେ ଭାରତୀୟ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି । ଟିମ୍ ଇଣ୍ଡିଆ ପୁରୁଷ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ର ଗୋଟିଏ କ୍ୟାଲେଣ୍ଡର ବର୍ଷ ମଧ୍ୟରେ ୪୦୦ ଛକା ପୂରା କରିବାର ବିଶ୍ୱର ପ୍ରଥମ ଦଳ ହେବାର ଗୌରବ ଅର୍ଜନ କରିଛି । ହାମିଲଟନରେ ଖେଳାଯାଇଥିବା ଏହି ଶେଷ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ମ୍ୟାନ୍‌ମାନଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ବଳରେ ଏହି ଅନନ୍ୟ କୀର୍ତ୍ତିମାନ ହାସଲ ହୋଇଛି । ଭାରତୀୟ ଦଳ ୪୦ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ୪୦୦ ଛକା ମାରିଛି । ଏହି ତାଲିକାରେ ଅନ୍ୟ କୌଣସି ଦଳ ଭାରତର ପାଖାପାଖି ମଧ୍ୟ ନାହାନ୍ତି । ଅଷ୍ଟ୍ରେଲିଆ (୨୪ ମ୍ୟାଚ୍‌ରେ ୨୨୪ ଛକା) ଏବଂ ୱେଷ୍ଟଇଣ୍ଡିଜ୍ (୨୧ ମ୍ୟାଚ୍‌ରେ ୨୨୪ ଛକା) ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ୪୦୦ ଛକା ମଧ୍ୟରୁ ୧୪୨ଟି ଛକା କେବଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆସିଛି, ଯାହାକି ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୌଣସି ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ

ଯଦିଓ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡଠାରୁ ୭ ୱିକେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ ଭାରତୀୟ ଦଳ ପୂର୍ବରୁ ହିଁ ପ୍ରଥମ ତିନୋଟି ମ୍ୟାଚ୍ ଜିତି ସିରିଜ୍ ୩-୨ ବ୍ୟବଧାନରେ ନିଜ ନାମରେ କରିସାରିଥିଲା । ଚଳିତ ବର୍ଷ ଈଶାନ କିଶନ, ଅଭିଷେକ ଶର୍ମା, ସଞ୍ଜୁ ସାମସନ ଏବଂ ସୂର‌୍ୟ୍ୟକୁମାର ଯାଦବ ପ୍ରମୁଖ ଟି-୨୦ ଫର୍ମାଟ୍‌ରେ ଅତ୍ୟନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଛନ୍ତି, ଯାହାଫଳରେ ଏହି ବଡ଼ ମାଇଲଖୁଂଟ  ଛୁଇଁବା ସମ୍ଭବ ହୋଇପାରିଛି ।  ସର୍ବାଧିକ ଛକା ମାରିଥିବା ଖେଳାଳି: ଅଭିଷେକ ଶର୍ମା – ୮୬ ଛକା, ଈଶାନ କିଶନ – ୬୦ ଛକା, ସଞ୍ଜୁ ସାମସନ – ୫୦ ଛକା ।

Leave A Reply

Your email address will not be published.