Latest Odisha News

BREAKING NEWS

ଜାହୀରଙ୍କ ଅଡୁଆ ବଢ଼ିଲା, ରାଗି ଯାଇଛନ୍ତି ସଞ୍ଜୀବ

ଲକ୍ଷ୍ନୌ: ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ପ୍ଲେ ଅଫରେ ପ୍ରବେଶ ମଧ୍ୟ କରିପାରି ନ ଥିଲା । ଓଭରାଲ ଷଷ୍ଠ ସ୍ଥାନରେ ରହି ଦଳ ତାର ଅଭିଯାନ ଶେଷ କରିଛି । ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା ଟିମର ଅଧିନାୟକ ରିଷଭ ପନ୍ତ ଓ ମେଂଟର ଜାହୀର ଖାଁଙ୍କ ଉପରେ ରାଗି ଯାଇଛନ୍ତି । ରିପୋର୍ଟ ମୁତାବକ ସେ ଜାହୀରଙ୍କ କଂଟ୍ରାକ୍ଟ ଆଉ ବୃଦ୍ଧି କରିବାକୁ ଚାହୁଁ ନାହାନ୍ତି । ଜାହୀରଙ୍କ ସହ ଲକ୍ଷ୍ନୌ ବର୍ଷିକିଆ ଚୁକ୍ତି କରିଥିଲା । କୋଚ ଜଷ୍ଟିନ ଲାଙ୍ଗର ମଧ୍ୟ ସଞ୍ଜୀବଙ୍କ ରାଡାରରେ ରହିଛନ୍ତି ।

ଆଗାମୀ ଆଇପିଏଲରେ ଲକ୍ଷ୍ନୌ ଦଳରେ ବଡ ଧରଣର ପରିବର୍ତନ କରିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଲାଙ୍ଗର ଓ ଜାହୀରଙ୍କ ମତଭେଦ ଯୋଗୁ ଟିମ ଖରାପ ପ୍ରଦର୍ଶନ କରିଥିବା ଜଣାପଡିଛି । ଜାହୀରଙ୍କୁ ହଟେଇବା ପାଇଁ ସଞ୍ଜୀବ ସ୍ଥିର କରିଛନ୍ତି । ତାଙ୍କ ସ୍ଥାନରେ ଖୁବ ଶୀଘ୍ର ନୂତନ ମେଂଟରଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଇଛି । ପନ୍ତ ୧୪ ମ୍ୟାଚରେ ୨୬୯ ରନ କରିବାକୁ ସକ୍ଷମ ହୋଇଥିଲେ ।

Comments are closed.