Latest Odisha News

BREAKING NEWS

ବିଜାପୁର ନ୍ୟାସନାଲ୍‌ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ଛତିଶଗଡ଼:ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜାରି ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବଳ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ନ୍ୟାସନାଲ୍ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ୫, ୬, ୭ ତାରିଖ ସର୍ଚ୍ଚ ଅପରେସନ୍ ଓ ଏନକାଉଣ୍ଟରରେ ଟଳିଥିଲେ।

ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି, ବର୍ତ୍ତମାନ ସୁଦ୍ଧା ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ ହେଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ନରସିହ୍ମା ଚାଲମ ଓରଫ ସୁଧାକର ଏବଂ ମଇଲାରପୁ ଆଦେଲୁ ଓରଫ ଭାସ୍କର। ଚିହ୍ନଟ ହୋଇ ନଥିବା ଆଉ ୫ ଜଣଙ୍କ ପରିଚୟ ଖୋଜା ଚାଲିଛି ବୋଲି ସୂଚନା ମିଳିଛି।

ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ରହିଛନ୍ତି। ଏମାନେ ସମସ୍ତେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ନାମକ ମାଓବାଦୀ ସଂଗଠନ ପାଇଁ କାମ କରୁଥିବା ଜଣାପଡ଼ିଛି।

Comments are closed.