ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅଲ୍ଲୁ ଅର୍ଜୁନ ଓ ଦୀପିକା ପାଦୁକୋନଙ୍କୁ ନେଇ ଏହି ଫିଲ୍ମ କରିବେ । ପୂର୍ବରୁ ସ୍ପିରିଟ ଓ କଲକୀ ୨ଫିଲ୍ମରୁ ଦୀପିକା ବାଦ ପଡିବା ଖବର ପ୍ରକାଶ ପାଇଥିଲା । ରିପୋର୍ଟ ଅନୁସାରେ ସ୍ପିରିଟ ଫିଲ୍ମ ପାଇଁ ୮ ଘଂଟିକିଆ ଶିଫ୍ଟ ଓ ୩୫ ଦିନ ଶୁଟିଂ ପାଇଁ ଦୀପିକା ୨୫ କୋଟି ଦାବୀ କରିଥିଲେ । ଏହା ବ୍ୟତୀତ ଲାଭର ୧୦ ପ୍ରତିଶତ ମଧ୍ୟ ଆଶା କରିଥିଲେ । ମେକର୍ସଙ୍କୁ ଏହା ପସନ୍ଦ ଆସି ନ ଥିଲା ଏବଂ ସେ ଦୀପିକାଙ୍କୁ ଫିଲ୍ମରୁ ବାହାର କରି ଦେଇଥିଲେ ।
କଲକୀ ୨ ମେକର୍ସଙ୍କ ନିକଟରେ ଦୀପିକା ସମାନ ସର୍ତ ରଖିଥିଲେ । ସେମାନେ ଏବେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ସବୁ କିଛି ଠିକଠାକ ନ ରୁହେ ଦୀପିକା ଏହି ଫିଲ୍ମରୁ ମଧ୍ୟ ବାହାରି ପାରନ୍ତି । ତେବେ ଏହି ଖବରର ସତ୍ୟତା ସମ୍ମୁଖକୁ ଆସି ନାହିଁ । ଦୀପିକା ଅଟଲୀଙ୍କ ଏଏ୨୨ ଫିଲ୍ମ ପାଇଁ ମୋଟା ଅଙ୍କର ଅର୍ଥ ଦାବୀ କରିଛନ୍ତି ଯାହାକି ମେକର୍ସ ମାନି ନେଇଛନ୍ତି । ଅଟଲୀଙ୍କ ଏହି ଫିଲ୍ମ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏହାର ଶୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ ।
Comments are closed.