ଆଉ କିଛି ଦିନ ପରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ଏବେ ପ୍ରସ୍ତୁତି ଜୋରସୋରରେ କରାଯାଇଛି । ୪୦ଲକ୍ଷରୁ ଅଧିକ ଲୋକ ଏଥର ପୁରୀ ରଥଯାତ୍ରାକୁ ଆସିବେ ବୋଲି ଅନୁମାନ କରାଯାଉଛି । ଭକ୍ତଙ୍କ ସୁରକ୍ଷାକୁ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପହଲଗ୍ରାମ ଆକ୍ରମଣ ପରେ ସୁରକ୍ଷାକୁ ବେଶୀ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିରରେ ଯଦି କୌଣସି ଆକ୍ରମଣ ହୁଏ କିମ୍ବା ଜରୁରୀକାଳୀନ ପରିସ୍ଥିତି ହୁଏ କଣା କରାଯିବା ଦରକାର ସେ ବାବଦରେ ମକଡ୍ରିଲ ହୋଇଛି । ୧୧ଟି ସୁରକ୍ଷା ଏଜେନ୍ସିକୁ ନେଇ ମକଡ୍ରିଲ ହୋଇଛି । କେମିତି ହୋଇଥିଲା ମକଡ୍ରିଲ ଆସନ୍ତୁ ଜାଣିବା ।
ସିଂହଦ୍ୱାର ସମ୍ମୁଖ ବାଗେଡିଆ ଧର୍ମଶାଳାକୁ ପ୍ରତୀକାତ୍ମକ ଶ୍ରୀମନ୍ଦିର ଭାବରେ ନିଆଯାଇଥିଲା । ଏହି ବିଲ୍ଡିଂରେ ୩ଜଣ ଆତଙ୍କବାଦୀ ପଶି ଲୋକଙ୍କୁ ପଣବନ୍ଦୀ କରିଥିଲେ । ପ୍ରଥମ ସୁରକ୍ଷା ଏଜେନ୍ସି ଭାବରେ ଓଡିଶା ପୋଲିସ କଂଟ୍ରୋଲ ରୁମରୁ ମ୍ୟାସେଜ ଯାଇଥିଲା । ଆଉ ମ୍ୟାସେଜ ପାଇବା ପରେ ସ୍ପେଶିଆଲ ଟାକ୍ଟିକାଲ ୟୁନିଟର କ୍ରିଉ ମେମ୍ବରମାନେ ସ୍ପିଡ ବାଇକରେ ଯାଇ ପହଞ୍ଚିଥିଲେ । STU ରେସ୍କ୍ୟୁ ପାଇଁ ପ୍ରଥମେ ରୁଟ ମ୍ୟାପ କରିଥିଲା । ଏହାପରେ ଫାୟାରର ଗୋଟିଏ ଟିମ୍ ଲିଫ୍ଟ ସାହାଯ୍ୟରେ ଉପରକୁ ଯାଇଥିଲା ବେଳେ ଅନ୍ୟ ଟିମ୍ ବିଲ୍ଡିଂ ଭିତରକୁ ଯାଇଥିଲେ । ସେହିପରି ଗୋଟିଏ ଟିମ୍ ଷ୍ଟିଲ ଲ୍ୟାଡର ଓ ଅନ୍ୟ ଟିମ ସିଡି ରାସ୍ତା ଦେଇ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହାପରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ଉଦ୍ଧାର ହୋଇଥିବା ହୋଷ୍ଟେଜ ମାନଙ୍କୁ ମେଡିକାଲକୁ ନିଆଯାଇଥିଲା । ଫାୟାର ବାହିନୀ ଅଗ୍ନି ନିର୍ବାପନ ମକଡ୍ରିଲ ଦେଖାଇଥିଲା । ସବୁ ଏଜେନ୍ସି ବିପଦ ଆସିଲେ କାମ କରିବେ ତାହାକୁ ଦେଖାଯାଇଥିଲା । କୌଣସି ସଙ୍କେତ ମିଳିଲେ କଣ କରାଯିବ ତାହାକୁ ମକଡ୍ରିଲ କରାଯାଇଥିଲା ।
BREAKING NEWS
- ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ
- ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍
- OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍ର ଛାତ,ଏକାଧିକ ଶ୍ରମିକ ଆହତ
- ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ
- ପିଏମ୍ ସୂର୍ଯ୍ୟ ଘର ଯୋଜନା: ରୁଫ୍ଟପ୍ ସୋଲାର୍ ଲଗାଇବାରେ ଦେଶରେ ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା
- ପାରାଦୀପ ବନ୍ଦରର ବିକାଶକୁ ନୂଆ ଉଡ଼ାଣ: ୪୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
- ମହାକାଶରେ ମିଳିଲା ‘ଦ୍ୱିତୀୟ ପୃଥିବୀ’: ସୁପର-ଆର୍ଥ ଜିଜେ୩୩୭୮ବିର ସନ୍ଧାନ
- Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍,୧୧ ଗେଟ୍ ଦେଇ ଜଳ ନିଷ୍କାସନ
- କ୍ଷମତାର ଅପବ୍ୟବହାର ଅଭିଯୋଗ: ସାଂସଦଙ୍କ ପୁଅଙ୍କ କାର୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ପରେ ବି ଥାନାରୁ ଖସିଲେ ଅଭିଯୁକ୍ତ

Comments are closed.