Latest Odisha News

BREAKING NEWS

ଖୁବଶୀଘ୍ର ‘ଓଡିଶା ଯାତ୍ରୀ’ ଆପ୍ ଜରିଆରେ କରିପାରିବେ ଆମ୍ବୁଲାନ୍ସ ବୁକ୍

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାର ଲୋକମାନେ ମୋବାଇଲ୍ ଆପ୍ ‘ଓଡିଶା ଯାତ୍ରୀ’ ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ରାଜ୍ୟ ସରକାର ଆମ୍ବୁଲାନ୍ସ ସେବାକୁ ଏହାର ଘରୋଇ କ୍ୟାବ୍ ଆଗ୍ରିଗେଟର୍ ଆପ୍ ସହିତ ସଂଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ରାଜ୍ୟ ପରିବହନ ପ୍ରାଧିକରଣ ଏବଂ କ୍ରୁଟ୍ ସହିତ ସମନ୍ୱୟ ରଖି ONDC-ଭିତ୍ତିକ ପ୍ଲାଟଫର୍ମରେ ଆମ୍ବୁଲାନ୍ସଗୁଡ଼ିକୁ ଅନ୍ ବୋର୍ଡ କରିବା ପାଇଁ ପଦ୍ଧତି ଉପରେ କାର୍ଯ୍ୟ କରୁଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଯାତ୍ରୀ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏକ ଆପ୍। ଏଥିରେ କୌଣସି କମିଶନ କିମ୍ବା ମଧ୍ୟସ୍ଥି ନାହାଁନ୍ତି ଏବଂ ଉପଭୋକ୍ତା ଦ୍ୱାରା କରାଯାଇଥିବା ଦେୟ ଗାଡ଼ିର ମାଲିକଙ୍କୁ ୧୦୦ ପ୍ରତିଶତ ଯାଏ।

 

Comments are closed.