Latest Odisha News

BREAKING NEWS

ରାଜଧାନୀରେ ଘରର ଝରକା ଭାଙ୍ଗି ସୁନା ଗହଣା ଲୁଟ୍

ଭୁବନେଶ୍ବର:ରଜରେ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରିବାହାର ଅଞ୍ଚଳର ଏକ ପରିବାର ପୁରୀ ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଲୁଟେରା । ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଏବଂ ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନାମୁତାବକ, ପରିବାର ଲୋକ ରଜ ପର୍ବ ପାଇଁ ପୁରୀରେ ଥିବା ସମୟରେ ଚୋରି ହୋଇଥିଲା। ଅଭିଯୁକ୍ତମାନେ ଝରକା ଭାଙ୍ଗି ଘରେ ପ୍ରବେଶ କରି ଲୁଟ୍ କରିଛନ୍ତି । ପରିବାର ଲୋକ ପୁରୀରୁ ଫେରିବା ପରେ ଚୋରି ହୋଇଥିବା ଜାଣିପାରିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

Comments are closed.