Latest Odisha News

BREAKING NEWS

ଆଇଏଏସ୍‌ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଆଇଏଏସ୍‌ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଚକମା । କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା । ପରେ ଉପଜିଲ୍ଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା । ସେଠାରେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ଭବାନୀପାଟଣା ସ୍ଥିତ ଜିଲ୍ଲା କାରାଗାରକୁ ଯିବାକୁ ପଡିଥିଲା । ଗିରଫ ହୋଇ ଜେଲ୍‌ ଯିବା ପରେ ଚକମା ସସ୍‌ପେଣ୍ଡ ହୋଇଥିଲେ ।

ମଙ୍ଗଳବାର ଆଇଏଏସ ଧିମାନ ଚକମାଙ୍କ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ଦରଖାସ୍ତ କରାଯାଇଥିଲା । ହେଲେ ବିଭିନ୍ନ ଦିଗକୁ ଦେଖି ଜାମିନକୁ ଖାରଜ କରିଛନ୍ତି ସ୍ବନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ବଦ୍ରୀ ନାରାୟଣ ନନ୍ଦ । ଯାହାଫଳରେ ପୁଣି ଥରେ ଆଇଏଏସ୍‌ ଚକମା ଜେଲ୍ ଯାଇଛନ୍ତି ।

ପରବର୍ତ୍ତୀ ବେଲ ପିଟିସନ ପାଇଁ ଆଇଏଏସ୍‌ ଚକମା ଉଚ୍ଚ ନ୍ୟାୟଳୟ ତଥା ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଆଇନଜୀବୀ ଦିଲ୍ଲୀପ କୁମାର ସା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ବ୍ୟାଚ୍‌ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଧୀମାନ ଚକମା ଧର୍ମଗଡ଼ ଉପଜିଲାପାଳ ଭାବେ ଗତ ୨୦୨୪ ଜାନୁୟାରୀରୁ ଅବସ୍ଥାପିତ ଥିଲେ ।

 

Comments are closed.