Latest Odisha News

BREAKING NEWS

ବିମାନ ଦୁର୍ଘଟଣା ପରେ ଆକ୍ସନ; ନୂଆ ବିଜ୍ଞପ୍ତି ଜାରି, କମିବ ବିମାନବନ୍ଦର ନିକଟର ଘର ଓ ଗଛର ଉଚ୍ଚତା

ନୂଆଦିଲ୍ଲୀ:ଅହମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାର ବିମାନ ଅଧିନିୟମ ୨୦୨୪ରେ କିଛି ପରିବର୍ତ୍ତନ ଆଣି ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏବେ ବିମାନ ବନ୍ଦର ନିକଟରେ ରହିବନି ଉଚ୍ଚ ଅଟ୍ଟାଳିକା ଓ ବଡ଼ ଗଛ ।

ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କୋଠା ଓ ଗଛ ତୁରନ୍ତ ହଟାଯିବ। ମାଲିକମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହେବ । ନୋଟିସ୍‌ ପାଇବାର ୬୦ ଦିନ ମଧ୍ୟରେ ସେଗୁଡ଼ିକୁ ଭାଙ୍ଗିବା କିମ୍ବା ଉଚ୍ଚତା କମାଇବାକୁ ପଡ଼ିବ। ବ୍ୟବସ୍ଥା ଅନୁସାରେ ଘର ମାଲିକ କ୍ଷତିପୂରଣ ଆବେଦନ କରିପାରିବେ। ମାଲିକମାନେ ନିୟମ ନମାନିଲେ ଏରୋଡ୍ରମ୍‌ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଘର କିମ୍ବା ଗଛର ଉଚ୍ଚତା କମ୍‌ କରାଯିବ ।

ତେବେ ନିର୍ଦ୍ଧାରିତ ସମୟସୀମା ଭିତରେ ଘର ଭାଙ୍ଗିବା ସହ ଗଛର ଉଚ୍ଚତା କମାଇବାକୁ ହେବ।

Comments are closed.