Latest Odisha News

BREAKING NEWS

ସିକ୍କିମ ବସ୍ ଦୁର୍ଘଟଣା: ଭୁବନେଶ୍ୱର ଫେରିଲେ ଆଉ ୨ ଓଡିଆ, ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ସିକ୍କିମ୍ ବସ୍ ଦୁର୍ଘଟଣାରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଦୁଇ ଜଣ ଓଡ଼ିଆ ସ୍ଵୟଂ ସୁପ୍ରୀତ ନାୟକ (୧୬) ଓ ସାଇରାଜ ଜେନା (୧୭) ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ବିଧାୟକ ଆକାଶ ଦାସନାୟକ, ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏମ୍ସକୁ ନିଆଯାଇଥିଲା ।

ସିକ୍କିମରେ ତିସ୍ତା ନଦୀରେ ବସ୍ ଦୁର୍ଘଟଣାର ଓଡ଼ିଶାରୁ ୪ ଜଣ ନିଖୋଜ ଥିବାବେଳେ ୨ ଜଣ ଉଦ୍ଧାର ହୋଇ ସେଠାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଓଡ଼ିଶା ସରକାର ନିରନ୍ତର ଭାବରେ ସିକ୍କିମ ସରକାର ସହ ଯୋଗାଯୋଗରେ ରହିଛନ୍ତି। ପରିବହନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସାର ସମସ୍ତ ବନ୍ଦୋବସ୍ତ ଉପରେ ଗୁରୁତ୍ବ ଦିଆଯାଇଥିଲା । ଉଭୟ ଚିକିତ୍ସିତ ହେଉଥିବା ଡାକ୍ତରଙ୍କ ଅନୁମତି ପରେ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସେଠାରୁ ଭୁବନେଶ୍ୱର ଆସିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Comments are closed.